ଗାଡ଼ି ଧକ୍କାରେ ବୃଦ୍ଧ ମୃତ

ବଲାଙ୍ଗୀର: ସଦର ବ୍ଲକ୍‌ ଚୂଡ଼ାପାଲି ଗାଁରେ ଏକ ଅଜଣା ଗାଡ଼ି ଧକ୍କାରେ କୁମିଆଁପାଲି ଗାଁର ଖେଡ଼ୁ ବରିହା (୬୦) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଖେଡ଼ୁ କୌଣସି କାମରେ ଚୂଡ଼ାପାଲି ଆସିଥିଲେ। ରାସ୍ତା ପାରି ହେଉଥିବା ସମୟରେ ଏକ ଅଜଣା ବଲେରୋ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇ ଫେରାର ହୋଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲ ଅଣାଯାଇଥିଲା। ହସପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଦର ପୁଲିସ ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର