ଚମକପୁର: ଚମ୍ପୁଆ ଥାନା ରିମୁଳି ଫାଣ୍ତି ଅନ୍ତର୍ଗତ ବାସୁଦେବପୁରଠାରେ ଥିବା ଓଭରବିଜ୍ର ଉପରେ ଏକ ଅଜଣା ଗାଡ଼ି ଧକ୍କାରେ ରାଜପଥ ସଫା କରୁଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଣ୍ତରା ଗ୍ରାମର ସରସ୍ବତୀ ସର୍ଦ୍ଦାର (୩୦)। ଜାତୀୟ ରାଜପଥ ସଫା କରିବା ପାଇଁ ଆଜି ପୂର୍ବାହ୍ନ ୧୧ଟାବେଳେ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା।

Advertisment

ବାସୁଦେବପୁର ଓଭରବ୍ରିଜ୍ ଉପରେ ସରସ୍ବତୀଙ୍କ ସମେତ କିଛି ମହିଳା ଶ୍ରମିକ ରାସ୍ତା ସଫା କରୁଥିଲେ। ଏହି ସମୟରେ ରିମୁଳିରୁ ଯୋଡ଼ା ଆଡ଼କୁ ଯାଉଥିବା ଏକ ଗାଡ଼ି ସରସ୍ବତୀଙ୍କୁ ଧକ୍କା ଦେଇ ଦ୍ରୁତଗତିରେ ପଳାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।