ଖୋର୍ଦ୍ଧାରୁ କୋଲକାତା ଗୋଚାଲାଣବେଳେ ଅଟକାଇଲା ବଜରଙ୍ଗ ଦଳ

ଭୁବନେଶ୍ୱର: ବେଆଇନ ଗୋରୁ ବୋଝେଇ ଗାଡିକୁ ଅଟକାଇଲା ବଜରଙ୍ଗ ଦଳ | ଖୋର୍ଦ୍ଧାରୁ କୋଲକାତା ଗୋଚାଲାଣ ହେଉଥିବା ବେଳେ ଭୁବନେଶ୍ୱର ସିଜୁଆ ଓଭର ବ୍ରିଜ ପାଖରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାମାନେ ଗାଡିକୁ ଅଟକାଇଥିଲେ | ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଛି | ଉଦ୍ଧାର ଗୋରୁମାନଙ୍କୁ ପୁଲିସ ପିପୁଲ ଫର ଆନିମଲରେ ଛାଡିଥିବା ଜଣାପଡିଛି |

ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଦୁଇଟି ଗାଡ଼ିରେ କୋଲକାତାକୁ ଗୋରୁ ଚାଲାଣ ହେଉଥିବାର ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ ପାଖରେ ଖବର ପହଞ୍ଚିଥିଲା | ଏହା ପରେ ସେମାନେ ସିଜୁଆ ଓଭରବ୍ରିଜ ନିକଟରେ ରୁଣ୍ଡ ହୋଇଥିଲେ | ଏହି ସମୟରେ ଦୁଇଟି ଗାଡ଼ିରେ ଗୋଚାଲାଣକାରୀ ଆସୁଥିବାବେଳେ ସେମାନଙ୍କୁ ଅଟକ ଯାଇଥିଲା |

ଏହି ସମୟରେ ପ୍ରାୟ ଶତାଧିକ ଗୋରୁ ଦୟନୀୟ ସ୍ଥିତିରେ ଗାଡ଼ିରେ ଥିବାର ଜଣାପଡିଥିଲା | ଏହା ପରେ ପୁଲିସକୁ ଏବାବଦରେ ସୂଚନା ଦିଆଯାଇଥିଲା | ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ଗୋରୁମାନଙ୍କୁ ପିପୁଲ ଫର ଆନିମଲରେ ଛାଡିଥିବା ଜଣାପଡିଛି |

ସମ୍ବନ୍ଧିତ ଖବର