ବାଲିଗୁଡା ଠିକାଦାର କ୍ୟାମ୍ପରେ ନିୟୋଜିତ ଗାଡି ଓ ଭାଇବ୍ରେଟର ପୋଡି ଦେଲେ ମାଓବାଦୀ

ବାଲିଗୁଡା:  କନ୍ଧମାଳ ଜିଲ୍ଲା  ର୍ସିଲା ଜଗଲ ଏନକାଉଣ୍ଟରରେ ୭ଜଣ ମାଓବାଦୀ ପ୍ରାଣ ହରାଇଥିବା ଘଟଣା ପରେ  କିଛି ଦିନ ନିରବ ରହିବା ପରେ ଗତ କାଲି ଦୁଇଟି ଥାନା ଅଞ୍ଚଳ କ.ନୂଆଗାଁ ଓ ପରେ ବାଲିଗୁଡା କଲେଜ ନିକଟରେ ମାଓବାଦୀମାନେ ବ୍ୟାନର ମାରି ଥିଲେ । ଏହି ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ମାଓବାଦୀ ବାଲିଗୁଡାର ଏକ ଠିକାଦ‌ାର କ୍ୟାମ୍ପରେ ନିୟୋଜିତ ଗାଡି ଓ ଭାଇବ୍ରେଟରକୁ ପୋଡ଼ି ଦେଇଛନ୍ତି।

ବାଲିଗୁଡା ବ୍ଲକ ଖୋମନଖୋଲ ଗ୍ରାମପଞ୍ଚାୟତ କଜାଲଗୁ ନିକଟ ବିଗାଭଟା ଘାଟିରେ ବାଲିଗୁଡା ପୂର୍ତ୍ତିବିଭାଗର ରାସ୍ତା କାମ ଚାଲୁଥିଲା। ଏଥିରେ ନିୟୋଜିତ ହେଉଥିବା ଗୋଟିଏ ହାଇୱା ପାଣିଟ୍ୟାଙ୍କର ଓ ହିଟାଚି ଗ୍ରେଡର ଭାଇବ୍ରେଟର ଭଳି ସାମଗ୍ରୀକୁ ମଧ୍ୟରାତିରେ ୧୦ରୁ ୧୫ ଜଣ ମାଓବାଦୀ ଏକତ୍ରିତ ହୋଇ ନିଆଁ ଲଗାଇ ଜାଳି ଦେଇଛନ୍ତି। ଏଥିସହିତ ଠିକା କ୍ୟାମ୍ପ ପାଖରେ କିଛି ବ୍ୟାନର ସହ ଡିଟିପି ପୋଷ୍ଟର ମାଓବାଦୀ ଛାଡ଼ି ଯାଇଥିବା ଦେଖିବାକୁ ମିଳିଛି।

ଛାଡ଼ି ଯାଇଥିବା ବ୍ୟାନରରେ ମାଓବାଦୀମାନେ ଉଲ୍ଲେଖ କରିଛନ୍ତି ଯେ ଆସନ୍ତା ୧୬ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ଡାକରାକୁ ସଫଳ କରନ୍ତୁ ଏବଂ ପୂର୍ବରୁ ମୃତ୍ୟୁ ହୋଇଥିବା ମାଓ କ୍ୟାଡରମାନଙ୍କୁ ସହିଦ ଆଖ୍ୟା ଦିଆଯାଇଥିବା ସହ ବିପ୍ଳବ ଲାଲ ସଲାମ ଲେଖା ଯାଇଥିବା ଦେଖିବାକୁ ମିଳିଛି ।

ଏଥିସହିତ ପୁଲିସ ଇନଫରମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିବା ସହିତ ବ୍ୟାନର ପୋଷ୍ଟରରେ କେକବିଏନ୍ ମାଓ ସଂଗଠନ ବୋଲି ଲେଖା ରହିଛି। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି।

ସମ୍ବନ୍ଧିତ ଖବର