ଜୟପୁର: ସହରରର ୨୮ଟି ୱାର୍ଡରେ ଥିବା ୩୫ଟି ବସ୍ତି ଉନ୍ନୟନ କମିଟିର କର୍ମକର୍ତ୍ତା, ମୁକ୍ତା ଟିମ୍, ଏମଆଇଏସ୍, ସିଓ ଆଦିଙ୍କୁ ନେଇ ରାଜ୍ୟ ଜାଗା ମିଶନର ଓଏସଡି ଆଲୋକ ରଞ୍ଜନ ସାମନ୍ତରାୟ ଓ ନୃସିଂହ ଚରଣ ଧଳ ସମୀକ୍ଷା କରିଛନ୍ତି। ଏଥିରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ସବୁ ବସ୍ତିରେ ବ୍ୟକ୍ତିଗତ ଶୌଚାଳୟ ଜାଗା ମିଶନରେ ଦିଆଯାଇଛି। ସେ ସବୁର ସମୀକ୍ଷା ବି କରାଯାଇଥିଲା। ବସ୍ତି ଅଞ୍ଚଳ ଗୁଡିକର ଉନ୍ନୟନ କାମ ସରିବା ପରେ ଏସବୁ ବସ୍ତି ଅଞ୍ଚଳକୁ ବିଜୁ ଆଦର୍ଶ କଲୋନୀରେ ସାମିଲ କରାଯିବ ବୋଲି ଓଏସଡି ଶ୍ରୀ ସାମନ୍ତରାୟ ସୂଚନା ଦେଇଥିଲେ।
ଯେଉଁ ଯେଉଁ ଉନ୍ନୟନମୂଳକ କାମ, ଡ୍ରେନ ନିର୍ମାଣ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବସ୍ତି ଉନ୍ନୟନ କମିଟିର କର୍ମକର୍ତ୍ତା ମାନେ ଭାଗ ନେଇ ନିଜ ନିଜ ବସ୍ତିର ଉନ୍ନୟନ କାମ ସମ୍ପର୍କରେ ସୂଚନା ଦେବା ସହ ଆଗାମୀ ଦିନରେ ଆହୁରି କଣ କରାଯିବାର ଆବଶ୍ୟକତା ରହିଛି ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।