ପୁରୀ: ନରେନ୍ଦ୍ରକୋଣ ଗୁଳିମାଡ଼ ଘଟଣାରେ ସଂପୃକ୍ତି ରଖିଥିବା କୁଖ୍ୟାତ ଅପରାଧୀ ବିଜୁ ବେହେରାକୁ ପୁଲିସ୍ ଏନ୍କାଉଣ୍ଟର କରିଛି। ପୁଲିସ ଆହତ ବିଜୁ ବେହରାକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଏଥି ସହିତ ଏନ୍କାଉଣ୍ଟରସ୍ଥଳରୁ ପୁଲିସ ଏକ ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ କରିଛି। ସେହିପରି ନରେନ୍ଦ୍ରକୋଣ ଗୁଳିମାଡ଼ ପରେ ଫେରାର ହେବାରେ ବ୍ୟବହୃତ ବାଇକ୍କୁ ମଧ୍ୟ ପୁଲିସ ଜବତ କରିଛି।
ପୁଲିସ କହିବା ଅନୁସାରେ ଚନ୍ଦନପୁର ଥାନା ଅଂଚଳର ଉରା ଗାଁର ସ୍ୱର୍ଗତ ବାହୁଡ଼ା ବେହେରାଙ୍କ ପୁଅ ବିଜୁ ବେହେରା ଓ ସୁରେନ୍ଦ୍ର ମୁଦୁଲିଙ୍କ ପୁଅ କାଳିଆ ମୁଦୁଲି ମଙ୍ଗଳବାର-ବୁଧବାର ମଧ୍ୟରାତ୍ରୀରେ ଆଇଟିଆଇ କଲେଜ ନିକଟ ନରେନ୍ଦ୍ରକୋଣ ଅଂଚଳର ଜିତେନ୍ଦ୍ର କୁମାର ସାହୁଙ୍କ ଘରକୁ ଆସିଥିଲେ। ଟଙ୍କା ବିବାଦକୁ ନେଇ ସେମାନେ ଜିତେନ୍ଦ୍ରଙ୍କୁ ଗୁଳି କରିଥିଲେ। ଜିତେନ୍ଦ୍ରକୁ ଗୁଳି କଲା ବେଳେ ଏହା ତାଙ୍କର ସ୍ତ୍ରୀ ଶକୁନ୍ତଳା ସାହୁଙ୍କ ଶରୀରରେ ବାଜିଥିଲା। ଶକୁନ୍ତଳା ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଘଟଣା ଦିନ ଅଭିଯୁକ୍ତ ମାନେ ମୋତିତୋଟା ଅଂଚଳର ଟୁନି ବେହେରା ଓ ତାଙ୍କର ପୁଅ କାର୍ତ୍ତିକ ବେହେରାଙ୍କୁ ଆକ୍ରମଣ କରିଥିଲେ।
/sambad/media/post_attachments/wp-content/uploads/2021/10/66ab6e5a-02d3-42ac-a46a-1d62e92c116d-461x1024.jpg)
ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏସ୍ପି କେଭି ସିଂହଙ୍କ ନିର୍ଦ୍ଦେଶରେ ପୁଲିସ ୪ଟି ଟିମ ଗଠନ କରିଥିଲା। ଏହି ଟିମ୍ରରେ ଅତିରିକ୍ତ ଏସ୍ପି ମିହିର ପଣ୍ଡା, କୁମ୍ଭାରପଡ଼ା ଆଇଆଇସି, ଚନ୍ଦନପୁର ଓଆଇସି ଓ ବାସେଳି ସାହି ଆଇଆଇସି ଥିଲେ। କୁମ୍ଭାରପଡ଼ା ଆଇଆଇସି ବିଏନ୍ ସେଠୀଙ୍କ ନେତୃତ୍ୱରେ ପୁଲିସ ଟିମ୍କୁ ସୂଚନା ମିଳିଥିଲା ଯେ, ବିଜୁ ବେହେରା ଚନ୍ଦନପୁର ଅଂଚଳରେ ଲୁଚି ରହିଛି। ଏହା ପରେ ପୁଲିସ ଟିମ୍ ଅତର୍କିତ ଭାବେ ଚଢ଼ଉ କରିଥିଲା। କିନ୍ତୁ ପୁଲିସ ଟିମ୍କୁ ଦେଖି ବିଜୁ ବିଚଳିତ ହୋଇଯାଇଥିଲା। ପୁଲିସ ପ୍ରଥମେ ବିଜୁକୁ ଆତ୍ମସମର୍ପଣ କରିବାକୁ କହିଥିଲା। କିନ୍ତୁ ବିଜୁ ଏଥିରେ ରାଜି ହୋଇ ନଥିଲା। ବରଂ ଓଲଟା ପୁଲିସ ଉପରକୁ ଗୁଳି ଚଳାଇଥିଲା। ପୁଲିସର ପାଲଟା ଗୁଳି ବିଜୁର ବାମ ଗୋଡ଼ରେ ବାଜିଥିଲା। ଅନ୍ୟପଟରେ ବିଜୁର ଗୁଳିରେ କୁମ୍ଭାରପଡ଼ା ଟିମ୍ର ଅନ୍ୟତମ ସଦସ୍ୟ ଏସ୍ଆଇ ଦିବ୍ୟ ରଂଜନ ପଣ୍ଡା ସାମାନ୍ୟ ଆହତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/f4e352c1-986b-46f1-a8cb-f36c5a4c4ee1.jpg)