ବେଲପାହାଡ଼/ବ୍ରଜରାଜନଗର: ଆଶା କର୍ମୀ ଭାବେ କାର୍ଯ୍ୟରତ ଥିବା ବେଲପାହାଡ଼ର ପୂର୍ବତନ ଉପନଗରପାଳ ଆରତି ସୁନା (୪୮)ଙ୍କ ମୃତ୍ୟୁ ଘଟିଛି। ସେ ଗୁମାଡ଼େରା ରେଲେଓ୍ଵ ଫାଟକ ନିକଟରେ ରହୁଥିଲେ। ଆରତି ସୁନା ସହରର ନୂଆପଡ଼ାରେ ରବିବାର ମଧ୍ୟାହ୍ନ ସମୟରେ କୁଷ୍ଠରୋଗ ଚିହ୍ନଟ ସର୍ଭେ କରୁଥିବା ସମୟରେ ହୃଦଘାତ ହୋଇଥିବା ଜଣାପଡ଼ିଛି। ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କୁ ବେଲପାହାଡ଼ ଟିଆରଏଲ ହସ୍ପିଟାଲରେ ଅପରାହ୍ଣ ୧ଟା ୩୦ ମିନିଟ୍ରେ ଡାକ୍ତର ମୃତ ଘୋଷଣା କରିଥିଲେ। ୨୦୦୦-୦୫ ମଧ୍ୟରେ ଆରତି ସୁନା ବେଲପାହାଡ଼ ପୌର ପରିଷଦର ଉପାଧ୍ୟକ୍ଷା ରହିଥିଲେ। ଘିଚାଘାଟରେ ତାଙ୍କ ଶବ ସତ୍କାର କରାଯାଇଛି। ନଗରପାଳ ପର୍ଶୁରାମ ସାହୁ ଖବର ପାଇ ତାଙ୍କ ଶେଷ ଦର୍ଶନ କରିଥିବା ଜଣାପଡ଼ିଛି।
ବେଲପାହାଡ଼ର ପୂର୍ବ ଉପନଗରପାଳଙ୍କ ବିୟୋଗ
/sambad/media/post_attachments/wp-content/uploads/2017/10/jhars-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)