ଜୟପୁର: ନବବଧୂଙ୍କ ୩୬ଟି ଭିଡିଓ କ୍ଲିପ୍‌ ଭାଇରାଲ କଲା ବୟଫ୍ରେଣ୍ଡ

ଜୟପୁର: ପୁଲିସ ପ୍ରଶାସନର ବାରମ୍ବାର ତାଗିଦ ସତ୍ତ୍ୱେ ରାଜ୍ୟରେ ସେକ୍ସ ଭିଡିଓ ଭାଇରାଲ ବନ୍ଦ ହେବାର ନାଁ ନେଉ ନାହିଁ। କେତେବେଳେ କେଉଁ କଲେଜ୍‌ ଛାତ୍ରୀର ଭିଡିଓ ଭାଇରାଲ ହେଉଛି ତ କେତେବେଳେ କେଉଁ ନାବାଳିକାର ଭିଡିଓ ଭାଇରାଲ କରୁଛନ୍ତି ଦୁର୍ବୃତ୍ତ। ରାଜ୍ୟର ସାଇବରସେଲ ଏହି ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଯେତେ ଜାଲ ବସାଇଲେ ମଧ୍ୟ ଏମାନେ ଏହି ଜାଲରୁ ଖସି ଯାଉଥିବାରୁ ଗୋଟଏ, ପରେ ଗୋଟିଏ ସେକ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ଏଥର ଜଣେ ନବବଧୂଙ୍କ ଭିଡିଓ କ୍ଲିକ୍‌କୁ ଭାଇରାଲ କରିଛି ତାଙ୍କ ପୁରୁଷ ବନ୍ଧୁ। ବିବାହର ମାତ୍ର ୧୦ ଦିନ ପରେ ଏହି ଭିଡିଓ ଭାଇରାଲ ହେବା ପରେ ଜୟପୁର ଅଞ୍ଚଳରେ ଭିଡିଓ ଭାଇରାଲ କରିଥିବା ଯୁବକଙ୍କୁ ଗିରଫ କରିବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ନବବଧୂଙ୍କ ସହିତ ତାଙ୍କ ସ୍ୱାମୀ ଆଉ ରହିବାକୁ ଚାହୁଁ ନଥିବା ଜୟପୁର ସଦର ଥାନାରେ ଲିଖିତ ଭାବେ ଜଣାଇଛନ୍ତି।

ଜୟପୁର ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୦ ତାରିଖ ଦିନ ଜୟପୁର ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କର ସେହି ଅଞ୍ଚଳରେ ଜଣେ ଯୁବକଙ୍କ ସହିତ ବିବାହ ହୋଇଥିଲା। ନବଦମ୍ପତି ସୁୁଖଶାନ୍ତିରେ ସେମାନେ ବୈବାହିକ ଜୀବନର ଆରମ୍ଭ କରିବା ପୂର୍ବରୁ ବଇରି ସାଜିଛି ନବବଧୂଙ୍କ ବୟଫ୍ରେଣ୍ଡ। ଗତକାଲି ସନ୍ଧ୍ୟାରେ ନିଜକୁ ନବବଧୂଙ୍କ ବୟଫ୍ରେଣ୍ଡ ବୋଲି ଦାବି କରୁଥିବା ଜଣେ ଯୁବକ ତାଙ୍କ ସ୍ୱାମୀଙ୍କୁ ଫୋନ୍‌ କରି ତାଙ୍କ ହ୍ଵାଟସ୍‌ଆପ୍‌ ନମ୍ବର ମାଗିଥିଲେ। ନବବଧୂଙ୍କ ସ୍ୱାମୀ ହ୍ଵାଟସ୍‌ ଆପ୍‌ ନମ୍ବର ଦେବା ପରେ ତାଙ୍କ ପାଖକୁ ଯୁବକ ଜଣକ ନବବଧୂଙ୍କ କେତେକ ଆପତ୍ତିଜନକ ଭିଡିଓ ପଠାଇଥିଲେ। ପ୍ରାୟ ୩୬ଟି ଭିଡ଼ିଓ କ୍ଲିପ୍‌ ଯୁବକ ଜଣଙ୍କ ନବବଧୂଙ୍କ ସ୍ୱାମୀଙ୍କ ପାଖକୁ ପଠାଇବା ପରେ ଆଜି ସକାଳେ ନବବଧୂଙ୍କ ସ୍ୱାମୀ ଏ ନେଇ ଜୟପୁର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର