ନୂଆପଡା: ବୁଧବାର ନୂଆପଡା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ ହାତରେ ଧରା ପଡ଼ିଛନ୍ତି। ଗିରଫ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ନାମ ରାଜକିଶୋର ସାହୁ ବୋଲି ଜଣାପଡ଼ିଛି। ଗିରଫ ହେବା ପରେ ତାଙ୍କୁ ଭବାନୀପାଟଣା ଭିଜିଲନ୍ସ ଅଫିସକୁ ନିଆଯାଇଛି।
/sambad/media/post_attachments/wp-content/uploads/2020/07/WhatsApp-Image-2020-07-15-at-14.37.38-300x225.jpeg)
ସୂଚନାଯୋଗ୍ୟ, ସ୍ଥାନୀୟ ଝିଲମିଲା ଗାଁର ଲାଲୁ ସାହୁଙ୍କ ସ୍ତ୍ରୀ ଟିକେଶ୍ୱରୀ ସାହୁଙ୍କ ନାମରେ ଉଠା ଜଳସେଚନ ବିଭାଗ ତରଫରୁ ଏକ ଗଭୀର ନଳକୂଅ ଖୋଳି ଥିଲେ । ସେଥିରେ ବିଦ୍ୟୁତ ସଂଯୋଗ କରିବା ପାଇଁ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ରାଜକିଶୋର ସାହୁଙ୍କୁ କହିଥିଲେ । ଏଥିପାଇଁ ସାହୁ ଲାଲୁଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ।
ଗତ ଜୁଲାଇ ୧୩ ତାରିଖରେ ଲାଲୁଙ୍କ ଠାରୁ ରାଜକିଶୋର ୪୬୦୦ ଟଙ୍କା ନେଇ ଆଉ ୧୦ହଜାର ଟଙ୍କା ଦାବି କରିଥିଲେ। ଏନେଇ ଲାଲୁ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ । ଆଜି ଲାଲୁ ସାହୁଙ୍କ ଠାରୁ ରାଜକିଶୋର ସାହୁ ବାକି ଥିବା ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଯୋଜନାବଦ୍ଧ ଭାବେ କଲାହାଣ୍ଡି ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଲୁଚି ରହିଥିବା ଟିମ୍ ଲାଲୁଙ୍କୁ କାବୁ କରି ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/WhatsApp-Image-2020-07-15-at-14.37.37.jpeg)