ଭିଜିଲାନ୍‌ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ

ନୂଆପଡା: ବୁଧବାର ନୂଆପଡା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍‌ ହାତରେ ଧରା ପଡ଼ିଛନ୍ତି। ଗିରଫ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ନାମ ରାଜକିଶୋର ସାହୁ ବୋଲି ଜଣାପଡ଼ିଛି। ଗିରଫ ହେବା ପରେ ତାଙ୍କୁ ଭବାନୀପାଟଣା ଭିଜିଲନ୍‌ସ ଅଫିସକୁ ନିଆଯାଇଛି।

ସୂଚନାଯୋଗ୍ୟ, ସ୍ଥାନୀୟ ଝିଲମିଲା ଗାଁର ଲାଲୁ ସାହୁଙ୍କ ସ୍ତ୍ରୀ ଟିକେଶ୍ୱରୀ ସାହୁଙ୍କ ନାମରେ ଉଠା ଜଳସେଚନ ବିଭାଗ ତରଫରୁ ଏକ ଗଭୀର ନଳକୂଅ ଖୋଳି ଥିଲେ । ସେଥିରେ ବିଦ୍ୟୁତ ସଂଯୋଗ କରିବା ପାଇଁ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ରାଜକିଶୋର ସାହୁଙ୍କୁ କହିଥିଲେ । ଏଥିପାଇଁ  ସାହୁ ଲାଲୁଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ।

ଗତ ଜୁଲାଇ ୧୩ ତାରିଖରେ ଲାଲୁଙ୍କ ଠାରୁ ରାଜକିଶୋର ୪୬୦୦ ଟଙ୍କା ନେଇ ଆଉ ୧୦ହଜାର ଟଙ୍କା ଦାବି କରିଥିଲେ। ଏନେଇ ଲାଲୁ ଭିଜିଲାନ୍‌ସର ଦ୍ଵାରସ୍ଥ ହୋଇଥିଲେ । ଆଜି ଲାଲୁ ସାହୁଙ୍କ ଠାରୁ ରାଜକିଶୋର ସାହୁ ବାକି ଥିବା ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଯୋଜନାବଦ୍ଧ ଭାବେ କଲାହାଣ୍ଡି ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଲୁଚି ରହିଥିବା ଟିମ୍‌ ଲାଲୁଙ୍କୁ କାବୁ କରି ନେଇଥିଲେ।

ସମ୍ବନ୍ଧିତ ଖବର

Comments are closed.