ବାରିପଦା : କେନ୍ଦ୍ର ଭିଜିଲାନ୍ସ ଆୟୋଗ ନିର୍ଦ୍ଦେଶ କ୍ରମେ ଦୁର୍ନୀତି ବିରୁଦ୍ଧରେ ସଚେତନତା ସୃଷ୍ଟି କରାଯିବା ମୁଖ୍ୟ ଉଦ୍ଦ୍ୟେଶ୍ୟ ନେଇ ଦେଶର ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚଳିତ ୨୬ ଅକ୍ଟୋବର ଠାରୁ ୦୧ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ ମାଧ୍ୟମରେ ପାଳନ କରାଯାଉଅଛି । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ପ୍ରଥମ ଦିବସ ଅବସରରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସଦ୍ଭାବନା ସଭାଗୃହ ସମ୍ମିଳନୀ କକ୍ଷରେ ଏକ ଶପଥ ପାଠ କାର୍ୟ୍ୟକ୍ରମ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ୍ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରୁଦ୍ର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରକାଶ ଚନ୍ଦ୍ର ବେହେରା ଓ ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର, ହେମନ୍ତ କୁମାର ସିଂ ପ୍ରମୁଖଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗ / ଉପବିଭାଗ ଅଧିକାରୀ ଡେପୁଟି କଲେକ୍ଟର (ଜିଲ୍ଲା ଜରୁରୀ) ସୁଜୟ କୁମାର ପତି, ପ୍ରମିଳା ମଲ୍ଲିକ, ସଂଗ୍ରାମ କେଶରୀ ଭୋଳ, ଡିଆଇପିଆରଓ ରବୀନ୍ଦ୍ର କୁମାର ନାୟକ ଏବଂ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ସାମୁହିକ ଶପଥପାଠ କରାଇଥିଲେ।
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ
/sambad/media/post_attachments/wp-content/uploads/2021/10/WhatsApp-Image-2021-10-26-at-5.33.50-PM-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)