କଳାହାଣ୍ଡି ଭିଜିଲାନ୍‌ସ ବିଭାଗ ପକ୍ଷରୁ ସଚେତନତା ସପ୍ତାହ ପାଳିତ

ଭବାନୀପାଟଣା: କଳାହାଣ୍ଡି ଭିଜିଲାନ୍‌ସ ବିଭାଗ ପକ୍ଷରୁ ଭବାନୀପାଟଣା ସହରସ୍ଥିତ ଭିଜିଲାନ୍‌ସ ଡ଼ିଏସପିଙ୍କ କାର୍ଯ୍ୟାଳୟ ଠାରେ ଭିଜିଲାନ୍‌ସ ସଚେତନତା ସପ୍ତାହ ପାଳନ ହୋଇଛ। ଏଥିରେ ଭିଜିଲାନ୍‌ସ ଡ଼ିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଶପଥପାଠ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଭିଜିଲାନ୍‌ସ ଷ୍ଟେନୋ ସନ୍ତୋଷ କୁମାର ମହାନ୍ତି, କନଷ୍ଟେବଳ ସୁଶାନ୍ତ କୁମାର ପଟ୍ଟନାୟକ, ରାଜେଶ କୁମାର ନାଏକ, ଡ୍ରାଇଭର ଗୁଣନିଧି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

କୋଭିଡ କଟକଣା ଯୋଗୁଁ ମୁହଁରେ ତୁଣ୍ଡି ବାନ୍ଧିବା ସହିତ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ସପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭବାନୀପାଟଣା ସହରର ବିଭିନ୍ନ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଠାରେ ଭିଜିଲାନ୍‌ସ ସପ୍ତାହ ଉପଲକ୍ଷେ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ଶପଥପାଠ କାର୍ଯ୍ୟକ୍ରମ ହୋଇଥିବା ଭିଜିଲାନ୍‌ସ ଡ଼ିଏସପି ସତ୍ୟବାନ ମହାନନ୍ଦ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର