ଏଏସଆଇ ଭିଜିଲାନ୍‌ସ ଜାଲରେ ପଡିବା ଘଟଣା: ମାମଲାରେ ନୂଆ ଟୁଇଷ୍ଟ, ଟଙ୍କାକୁ ନେଇ ଭାଇ ଭାଇ ମଧ୍ୟରେ ଝଗଡା ଅଭିଯୋଗ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାର ଜଣେ ପୁଲିସ ବାବୁ ବଜ୍ରାଘାତ ସହାୟତା ଟଙ୍କାରେ ଭାଗ ବସାଇବା ଅଭିଯୋଗ ହୋଇଥିଲା। ପରେ ଭିଜିଲାନ୍‌ସ ଜାଲ ବିଛାଇ ଟଙ୍କା ସହ ଥୁଆମୁଳରାମପୁର ଏଏସଆଇ ଓ କନେଷ୍ଟେବଲକୁ ଆଟକ ରଖିଥିବା ବେଳେ ତଦନ୍ତରେ ଏବେ ନୂଆ ମୋଡ଼ ନେଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଥୁଆମୂଳ ରାମପୁର ଥାନା ସାନଦର୍ଲା ଗାଁର ଧନମଣୀ ନାଏକଙ୍କ ଗତ ୨୦୧୯ ମସିହାରେ ବଜ୍ରାଘାତରେ ମୃତ୍ୟୁ ହୋଇଥିଲା। ବଜ୍ରାଘାତରେ ମୃତକଙ୍କ ପରିବାରକୁ ମିଳିଥିବା ୪ ଲକ୍ଷ ଟଙ୍କା ସରକାରୀ ଅନୁକମ୍ଫା ରାଶୀ ଭାଗବଣ୍ଟାକୁ ନେଇ ଲାଗି ରହିଥିବା ବିବାଦ ସମାଧାନ ପାଇଁ ଥୁଆମୁଳ-ରାମପୁର ଏଏସଆଇ ସୋମେଶ୍ୱର ବାଗ କନେଷ୍ଟବଲ ରଘୁମଣୀ ନାଏକ ଜରିଆରେ ୫୦ ହଜାର ଟଙ୍କା ଲାଚଂ ନେଉଥିବା ବେଳେ ଟଙ୍କା ସହ ଭିଜିଲାନ୍‌ସ ଧରିଥିବା କୋରାପୁଟ ଏସପି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ମୃତକଙ୍କ ତିନି ଗୋଟି ପୁଅ ରହିଥିଲେ। ମିଳଥିବା ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶିକୁ ପ୍ରଥମ ଓ ଦ୍ୱିତୀୟ ପୁଅ ଭାଗବଣ୍ଟା କରି ନେଇ ଯାଇଥିବା ବେଳେ ତୃତୀୟ ପୁଅ ନିଜ ଭାଗ ପାଇଁ ଥୁଆମୁଳ-ରାମପୁର ଥାନା ଦ୍ୱାରସ୍ଥ ହୋଇଥିଲା। ଥାନାରେ ଆପୋଷ ବୁଝାମଣାରେ ତରୁତୀୟ ପୁଅକୁ ୧ ଲକ୍ଷ ଟଙ୍କା ପ୍ରଦାନ ବାବଦକୁ ଜଣେ ଜଣେ ୫୦ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ । ହେଲେ ପ୍ରଥମ ପୁଅ ପବିତ୍ର ଏହି ଟଙ୍କାକୁ ଲାଚଂ ବୋଲି ମିଛ କହୁଥିବା ମୃତକଙ୍କ ଦ୍ୱିତୀୟ ଓ ତୃତୀୟ ପୁଅ ବୟାନ ବର୍ତ୍ତମାନ ଘଟଣାକୁ ଭିନ୍ନ ମୋଡ ଦେଇଛି। ବର୍ତ୍ତମାନ ଭିଜିଲାନ୍‌ସ ପୁଲିସ ବାବୁଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ପାରିବାରିକ ବିବାଦର ସମାଧାନ ପାଇଁ ପୁଲିସ ଟଙ୍କା ଲାଚଂ ନେଉଥିଲା ନା ଅଭିଯୋଗକାରୀ ମିଥ୍ୟା ଅଭିଯୋଗରେ ପୁଲିସକୁ ଫସାଇଛି ଭିଜିଲାନ୍‌ସ ଖୋଲ ତାଡ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର