ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ଭିଜିଲାନସ ଡିଏସପିଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି: ଜିଲ୍ଲା ଦୁର୍ନୀତି ନିବାରଣର ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଥିବା ନେଇ ଘୋଷଣା କରାଯାଇଛି। ତେବେ କଟକର ଭିଜିଲାନସ ସଭାଗୃହରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦୁର୍ନୀତି ନିବାରଣର ନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ କରକୋମଳରେ ଶ୍ରୀ ବିଶ୍ବାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭିଜିଲାନସ ଆଇଜିପି ଘନଶ୍ୟାମ ଉପାଧ୍ୟୟ ଏବଂ ସଂଜୟ କୌଶାଲ ମଧ୍ୟ ଉପସ୍ଥିତ ଥିଲେ। ଉତ୍ତମ କାର୍ଯ୍ୟ ପାଇଁ ଡିଏସପି ସୁଶାନ୍ତ କୁମାର ବିଶ୍ବାଳଙ୍କୁ ରାଷ୍ଟ୍ରିପତି ପୁଲିସ ମେଡାଲରେ ସମ୍ମାନୀତ କରାଯିବ। ମାଲକାନଗିରି ଜିଲ୍ଲା ଏବଂ ଭିଜିଲାନସ ବିଭାଗ ପାଇଁ ଏହା ଏକ ଗୌରବର କଥା ବୋଲି ଅତିଥିମାନେ ଏହି କାର୍ଯ୍ୟକ୍ରମରେ ପ୍ରକାଶ କରିଥିଲେ। ଏହି ଖବର ପ୍ରଚାର ପରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ମହଲରୁ ଶ୍ରୀ ବିଶ୍ବାଳଙ୍କୁ ଅଭିନନ୍ଦନର ବାର୍ତ୍ତା ପହଞ୍ଚିବାରେ ଲାଗିଛି।

ସମ୍ବନ୍ଧିତ ଖବର