ଭଦ୍ରକ ଶ୍ରମ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ; କନିଷ୍ଠ କିରାଣୀ ଗିରଫ

ଭଦ୍ରକ. ଭଦ୍ରକ ଶ୍ରମ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି। ଲେବର ଲାଇସେନ୍ସ ନବୀକରଣ ପାଇଁ କନିଷ୍ଠ କିରାଣୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ। ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀଙ୍କ ନାମ ସୁଧାକର ବାରିକ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ସୁଧାକର ବାରିକ ସିକ୍ୟୁରିଟ ଏଜେନସିର ମ୍ୟାନେଜିଂ ପାର୍ଟନର ଅକ୍ଷୟ ଦାସଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ତେବେ ସେ ଲେବର ଲାଇସେନ୍ସ ନବୀକରଣ କରିବା ପାଇଁ ଭବାନୀ ସିକ୍ୟୁରିଟ ଏଜେନସି ଅକ୍ଷୟ ଦାସଙ୍କୁ ୯୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସୁଧାକର ଏହି ଟଙ୍କା ନେଉଥିବା ବେଳେ ପୂର୍ବରୁ ଯୋଜନାବଦ୍ଧ ଭାବେ ଛପି ରହିଥିବା ଭଦ୍ରକ ଭିଜିଲାନ୍ସ ହାତରେ ସେ ଧରା ପଡ଼ି ଯାଇଥିଲେ।

ସମ୍ବନ୍ଧିତ ଖବର