ବାଲେଶ୍ବର: ସହଦେବଖୁଣ୍ଟା ଥାନା ଅଧୀନ କାଳୀଦାସପୁର ଅଞ୍ଚଳରେ ବର୍ଷବର୍ଷ ଧରି ଏକ ବେଆଇନ କାଠ ଡିପୋ ଚାଲି ଆସୁଥିବା ବେଳେ ଆଜି ଫରେଷ୍ଟ ଭିଜିଲାନ୍ସ ଟିମର ନଜରକୁ ଆସିଥିଲା। ସକାଳେ ଫରେଷ୍ଟ ଭିଜିଲାନ୍ସ ଏବଂ ପୁଲିସର ଏକ ମିଳିତ ଟିମ ସେଠାରେ ଅଚାନକ ଚଢ଼ଉ କରିଥିଲେ। ଚଢ଼ଉରେ ୨ଶହରୁ ଅଧିକ ସିଫ୍ଟର ମୂଲ୍ୟବାନ କାଠ ଜବତ ହୋଇଥିଲା। ମିଳିଥିବା ସୂଚନା, ମୁତାବକ ଉକ୍ତ ଡିପୋ ଯତୀଶ କୁମାର ସିଂହ ନାମକ ବ୍ୟକ୍ତି ଚଳାଇ ଆସୁଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସେଠାକୁ ଚୋରା କାଠ ଆସୁଥିଲା ଏବଂ ସେଗୁଡ଼ିକୁ ମେସିନ ସାହାଯ୍ୟରେ କଟାଯାଇ ସେଠାରେ ଗଚ୍ଛିତ ହେଉଥିଲା।

Advertisment

ଏହାପରେ ଏହି କାଠ ବିଭିନ୍ନ ଅଞ୍ଚଳକୁ ବିକ୍ରି ହେବା ପାଇଁ ଯାଉଥିଲା। ତେବେ ବନ ବିଭାଗକୁ ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିଲା। ତେବେ ଆଜି ଅଚା‌ନକ ପୁଲିସ ଏବଂ ଭିଜିଲାନ୍ସ ଟିମ ସେଠାରେ ଚଢ଼ାଉ କରି ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାଠ ଜବତ କରିଥିଲେ।