ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବରଗଡ଼: ବରଗଡ଼ର ବେହେରାପାଲି ପଞ୍ଚାୟତର ନିର୍ବାହୀ ଅଧିକାରୀ ଅନୀଲ ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗ ପାଇ ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍‌ର ୩ଟି ଟିମ୍‌ ଏକକାଳୀନ ଚଢ଼ଉ କରିଥିଲା। ଶ୍ରୀ ପାଢ଼ୀଙ୍କ ବରଗଡ଼ ମାତୃବିହାରଠାରେ ଗୋଟିଏ ଦୁଇ ମହଲା କୋଠା ଏବଂ ଦୁଇଟି ପ୍ଲଟ୍‌, ଗୋଟିଏ ମିନି ଟ୍ରକ୍‌ ଓ ଟ୍ରାକ୍ଟର, ୨ଟି ବାଇକ୍‌, ୫.୫୭ ଲକ୍ଷ ଟଙ୍କାର ବୀମା ଏବଂ ନଗଦ ୬୯,୧୨୦ ଟଙ୍କା ଠାବ ହୋଇଛି। ସ୍ଥାବର ଏବଂ ଅସ୍ଥାବର ସଂପତ୍ତିକୁ ମିଶାଇ ମୋଟ୍‌ ୭୦ ଲକ୍ଷ ଟଙ୍କା ଠାବ ହୋଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଜାରି ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର