ଧରାକୋଟ ବିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ର ବ୍ଲକ୍‌ ଶିକ୍ଷା ଅଧିକାରୀ( ବିଇଓ) ଯୁଧିଷ୍ଠିର ଦଳେଇଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏକକାଳୀନ ଭିଜିଲାନ୍ସର ୪ଟି ଟିମ୍‌ ଶ୍ରୀ ଦଳେଇଙ୍କ ଧରାକୋଟସ୍ଥିତି କାର୍ଯ୍ୟାଳୟ, ହିଞ୍ଜିଳି, କବିସୂର୍ଯ୍ୟନଗର ଓ ବ୍ରହ୍ମପୁରଠାରେ ଥିବା ଘରେ ଚଢ଼ାଉ କରାଯାଇଛି। ତେବେ ଚଢ଼ାଉ ବେଳେ କେତେ ସମ୍ପତ୍ତି ଠାବ କରାଯାଇଛି ତାହା ଭିଜିଲାନ୍ସ ପକ୍ଷରୁ କୁହାଯାଇ ନ ଥିଲେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ପାସବୁକ୍‌ ପ୍ରଭୃତି ଭିଜିଲାନ୍ସ ଜବତ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର