ଲାଠିକଟା ବିଡ଼ିଓ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ବିଡ଼ିଓ, ସହକାରୀ ଯନ୍ତ୍ରୀ ଓ ସହକାରୀ ନର୍ବାହୀ ଯନ୍ତ୍ରୀଙ୍କ ଘରେ କଟକ ଭିଜିଲାନ୍‌ସ ସେଲ ପକ୍ଷରୁ ଆଜି ସକାଳୁ ଚଢ଼ାଉ କରାଯାଇଛି। ୨୦୧୫ ମସିହା ଏକ ରାସ୍ତା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଭିଜିଲାନ୍ସ ସେଲ ପକ୍ଷରୁ ଏହି ଚଢ଼ାଉ କରାଯାଇଛ।


ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୫ ମସିହାରେ ଏକ ରାସ୍ତା ନିର୍ମାଣ କରା ନ ଯାଇ ଏ ବାବଦ ଟଙ୍କାକୁ ଡଡ଼ପ କରାଯାଇଥିବା ନେଇ ଅଭିଯୋଗ ହୋଇତିଲା। ଏହି ଅଭିଯୋଗ ଭିତ୍ତିରେ ଆଜି କଟକ ଭିଜିଲାନ୍ସ ସେଲର ଅଧିକାରୀମାନେ ଏକକାଳୀନ ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ଲାଠିକଟାସ୍ଥିତ ବାସଭବନ, ସହକାରୀ ଯନ୍ତ୍ରୀ ବୁଧେଶ୍ୱର ସାହୁ ଓ ସହକାରୀ ନିର୍ବାହି ଯନ୍ତ୍ରୀ ରାଜକିଶୋର ସାହୁଙ୍କ ଛେଣ୍ଡ କଲୋନିସ୍ଥିତ ବାସଭବନରେ ଚଢ଼ାଉ କରିଛନ୍ତିି। ଏ ସମ୍ପର୍କରେ ସବିଶେଷ ତଥ୍ୟ ପରେ ମିଳିବ ବୋଲି ଭିଜିଲାନ୍‌ସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର