ସୁନ୍ଦରଗଡ଼: ୧୫ ହଜାର ଲାଞ୍ଚ ନେଇ ଆଜି ଅପରାହ୍ନ ସାଢେ ୪ଟାରେ ସୁନ୍ଦରଗଡ଼ ପୌର ନିର୍ଵାହୀ ଅଧିକାରୀ ଅଶୋକ କୁମାର ମିଶ୍ର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ତାଙ୍କ ମନିପର୍ସରୁ ରଙ୍ଗବୋଳା ୧୫ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଟିମ୍। ୨୦୧୭ ମସିହାର ଏକ ପୁରୁଣା ବିଲ୍ ପାଇଁ ଅଧିକାରୀ ଶ୍ରୀ ମିଶ୍ର ଲାଞ୍ଚ ନେଉଥିଲେ। ସୂଚନା ଅନୁସାରେ ୨୦୧୭ରେ ଝାରସୁଗୁଡାର ସାଇନ୍ ଟେଲର୍ ସୁନ୍ଦରଗଡ଼ ପୌରପାଳିକାର ସଫେଇ କର୍ମଚାରୀମାନଙ୍କ ପୋଷାକ ଯୋଗାଇ ଦେଇଥିଲେ। ସେ ସମୟରୁ ବକେୟା ବିଲ୍ ୧ ଲକ୍ଷ ୭୭ ହଜାର ଟଙ୍କା ପଡି ରହିଥିଲା। ବିଲ୍ ପାଇଁ ଦର୍ଜି ସୟିଦ ହକ୍ ବାରମ୍ଵାର ପୌର ଅଧିକାରୀ ଶ୍ରୀ ମିଶ୍ରଙ୍କ ପାଖକୁ ଦୌଡିଥିଲା। ଶେଷକୁ ବିଲ୍ କରିଦେବାକୁ ଅଧିକାରୀ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଦର୍ଜି ସୟିଦ ହକ୍ ଏ ସମ୍ପର୍କରେ ସୁନଦରଗଡ଼ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ଶ୍ରୀ ମିଶ୍ରଙ୍କୁ ଧରିବାକୁ ଯୋଜନା କରିଥିଲା ଭିଜିଲାନ୍ସ। ଆଜି ଅଫିସରେ ଅଭିଯୋଗକାରୀ ଅଧିକାରୀଙ୍କୁ ଟଙ୍କା ଦେଲା ବେଳେ ଛକି ରହିଥିବା ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା।
ଟେଲରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ପୌର ନିର୍ବାହୀ ଅଧିକାରୀ
/sambad/media/post_attachments/wp-content/uploads/2020/12/aab8f9a6-ca61-4127-bd16-b6fc92d5a222.jpg)