ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେସ୍ୱର ନିକଟରେ ଥିବା ବେଆଇନ କରତକଳ ଉପରେ ଗୁରୁବାର ସକାଳୁ ଭିଜିଲାନ୍ସ ଚଢଉ କରାଯାଇଛି ।
ଭିଜିଲାନ୍ସର ୧୦ ଜଣିଆ ଟିମ୍ ଚଢଉ କରିଛନ୍ତି। ଚଢଉ ସମୟରେ ବିପୁଳ ପରିମାଣର କାଠ ଓ ଲକ୍ଷାଧିକ ଟଙ୍କାର କାଠ ଚିରା ମେସିନ ଜବତ କରାଯାଇଛି ।
ସୂଚନା ଅନୁଯାୟୀ, ନିଶ୍ଚିନ୍ତକୋଇଲି ଥାନା ଅସୁରେସ୍ୱର ଅଞ୍ଚଳରେ ବେଆଇନ ଭାବେ ବହୁ କରତକଳ ଚାଲୁଛି । ପୂର୍ବରୁ ଏସବୁ କରତକଳ ଉପରେ ଅନେକ ଥର ଚଢ଼ଉ ହୋଇଛି।
ଅଧିକ ପଢ଼ନ୍ତୁ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା: ଭିଜିଲାନ୍ସ ଜାଲରେ ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ୭ଟି ସ୍ଥାନରେ ଚଢଉ ଜାରି
କିନ୍ତୁ ଚଢଉ ପରେ ପୁଣି କରତକଳଗୁଡ଼ିକ ଦ୍ବାରା ବେଆଇନ କାରବାର ପୂର୍ବଭଳି ବେଧଡ଼କ ଜାରି ରହିଛି। ଚଢଉରେ ବନବିଭାଗ ଓ ସ୍ଥାନୀୟ ପୁଲିସ ଅଂଶଗ୍ରହଣ କରିଛନ୍ତି । କରତକଳ ମାଲିକଙ୍କୁ ଅଟକ ରଖି ଭିଜିଲାନ୍ସ ଏବଂ ପୁଲିସ ପକ୍ଷରୁ ପଚରାଉଚରା କରାଯାଉଛି ।
ଅଧିକ ପଢ଼ନ୍ତୁ: ଫେବୃୟାରୀ ୧: ଭାରତରେ ହୁଏ ବଜେଟ୍ ଉପସ୍ଥାପନ, ହେଲେ ଜାଣନ୍ତି କି କେବେ ହୁଏ ପାକିସ୍ତାନରେ... ?