ବଲାଙ୍ଗୀର: ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ମହିଳା ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ | ବଲାଙ୍ଗୀର ଡିପିସି ଅଫିସର ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିଣୀ ଯୋଶୀ ଧରାପଡ଼ିଲେ | ମିଳିଥିବା ସୂଚନା ମୁତାବକ ବଲାଙ୍ଗୀର ଡିପିସି ଅଫିସରରେ ଜେଣ୍ଡର କୋଅର୍ଡିନେଟର ଥିବା ପୁଷ୍ପାଙ୍ଗିଣୀ ଜଣେ ପ୍ରଧାନଶିକ୍ଷକଙ୍କ ବିଲ ଆଡ଼ଜଷ୍ଟ ପାଇଁ ସେ ଲାଞ୍ଚ ନେଉଥିଲେ | ଆଉ ସେ ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିବା ସହ କେମିକାଲ ବୋଳା ହୋଇଥିବା ଟଙ୍କା ଜବତ କରିଥିଲେ | ଏବେ ପୁଷ୍ପାଙ୍ଗିଣୀଙ୍କ ବାସଭବନରେ ଚଢ଼ାଉ ଚାଲିଥିବାର ଜଣାପଡିଛି | ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି |
Advertisment
Sambad is now on WhatsApp
Join and get latest news updates delivered to you via WhatsApp