କେନ୍ଦୁଝର: ଲାଞ୍ଚ ନେଇ ଧରାପଡ଼ିଲେ ଧରଣୀଧର କଲେଜ କିରାଣୀ

କେନ୍ଦୁଝର: କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟର ଜଣେ କର୍ମଚାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମହାବିଦ୍ୟାଳୟର କିରାଣୀ ଶ୍ରୀତିକଣ୍ଠ ଦାସ ୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମହାବିଦ୍ୟାଳୟର ଜୁନିୟର ଲାଇବ୍ରେରିଆନଙ୍କ ମେଡିକାଲ ବିଲ୍‌ କରିଦେବା ପାଇଁ କିରାଣୀ ଶ୍ରୀ ଦାଶ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଜୁନିୟର ଲାଇବ୍ରେରିଆନ ଜଣକ ଭିଜିଲାନ୍ସ ବିଭାଗକୁ ଅବଗତ କରିଥିଲେ। ଆଜି ସେ ଶ୍ରୀ ଦାସଙ୍କୁ ୩ ହଜାରେ ଟଙ୍କା ଲାଞ୍ଚ ଦେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲେ।

ସମ୍ବନ୍ଧିତ ଖବର