ରାଇରଙ୍ଗପୁର: ସାନ୍ତାଳୀ ଭାଷା "ଅଲଚିକି ଲିପି"ର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଦର୍ଶନ କରିବା ପାଇଁ ଜୋରଦାର୍ ପ୍ରସ୍ତୁତି ଚାଲିଛି। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଦାଣ୍ଡବୋଷ ଗ୍ରାମର କାପି ଡୁଙ୍ଗରୀସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠକୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସ୍ତୁତି ଚାଲିଛି।
'ପାର୍ସି ସିଂ ଚାନ୍ଦ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ମାହାଲ ମାଡୱା' ସଂଗଠନର ସମସ୍ତ ସଦସ୍ୟ ଓ 'ଟାଟା ଷ୍ଟିଲ ଫାଉଣ୍ଡେସନ' ପକ୍ଷରୁ ଚାଲିଥିବା ସମସ୍ତ ସାନ୍ତାଳୀ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସଂଯୋଜକମାନେ ଶ୍ରମଦାନ କରି ସମାଧି ପୀଠକୁ ସଫା ସତୁରା କରିଥିଲେ।
/sambad/media/media_files/2024/12/30/Bz7jpjx7WnDr8d6fCd6t.jpg)
୧୯୮୨ ମସିହାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦେହାନ୍ତ ପରେ ପ୍ରତେକ ବର୍ଷ ଗୁରୁଙ୍କୁ ଦର୍ଶନ କରିବା ପାଇଁ ଛୁଟି ଆସନ୍ତି ତାଙ୍କ ସମାଧି ସ୍ଥଳକୁ । ଏଥିପାଇଁ ତାଙ୍କ ସମାଧି ସ୍ଥଳ ଏବଂ ସେଠାରେ ଥିବା କୁଡ଼ିଆର ନବୀକରଣ କରାଯାଉଛି ।
ପ୍ରତେକ ବର୍ଷ ମାଘ ମାସ ପୁର୍ଣିମା ତିଥିର ପୂର୍ବଦିନ ଗୁରୁଙ୍କୁ ଦର୍ଶନ କରିବା ପାଇଁ ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ, ଓଡିଶା ଭଳି ସମସ୍ତ ସାନ୍ତାଳୀ ବହୁଳ ରାଜ୍ୟ ତଥା ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଚ। ସମାଧି ସ୍ଥଳରେ ପୂଜାର୍ଚ୍ଚନା ସହ ଗୁରୁଙ୍କ ନିକଟରେ ମାନସିକ ରଖିଲେ ତାହା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ ରହିଛି ।
ଆସନ୍ତା ଗୁରୁ ଦର୍ଶନ ଦିବସକୁ ଅଲଚିକି ସୃଷ୍ଟିର ୧୦୦ ବର୍ଷ ପୂରିବ । ଏଥିପାଇଁ ଆସନ୍ତା ଦର୍ଶନ ଦିବସକୁ ସ୍ୱତନ୍ତ୍ର ଭାବରେ ପାଳନ କରାଯିବା ନେଇ ପ୍ରକାଶ କରିଛନ୍ତି ରଘୁନାଥ ମୁର୍ମୁଙ୍କ ନାତି ଭୀମୱାର ମୁର୍ମୁ ।
/sambad/media/media_files/2024/12/30/wjbYPWX8dd56nonrSc84.jpg)
ଅଧିକ ପଢ଼ନ୍ତୁ: ରାଇରଙ୍ଗପୁର ଲ୍ୟାମ୍ପ୍ ପରିସରରେ ଧାନମଣ୍ଡି ଉଦ୍ଘାଟିତ
ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନର ଅଧିକାରୀ ଶିବନାରାୟଣ ହେମ୍ବ୍ରମ, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ବହୁ ସାରଳା ମୁର୍ମୁ, ଟିଏସଏଫର ବ୍ଲକ ସଂଯୋଜକ ସାଙ୍ଖ ହେମ୍ବ୍ରମ, ସୁଗଦା ମୁର୍ମୁ, ଛୋଟରାୟ ମୁର୍ମୁ,ସୀତାରାମ ଟୁଡୁ ଓ ଟିଏସଏଫର ସମସ୍ତ ସାନ୍ତାଳୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି 'ସାରନା ଗଡେତ' ନାମକ ସାନ୍ତାଳୀ କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ ।
ଅଧିକ ପଢ଼ନ୍ତୁ: ଲୋକଙ୍କ ସମସ୍ୟାର ସମାଧାନ: ସରକାରଙ୍କର ଦାୟିତ୍ଵ ଏବଂ କର୍ତ୍ତବ୍ୟ