ଭୁବନେଶ୍ୱର: ଭୁବନେଶ୍ୱରର ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ ଦ୍ୱାରା ପ୍ରକାଶିତ ‘ବିଜ୍ଞାପନ୍ସ କ୍ୟାରିୟର ଗାଇଡ୍- ୨୦୨୧’ ଏଠାରେ ଉନ୍ମୋଚିତ ହୋଇଛି। ଆଇଆରସି ଭିଲେଜସ୍ଥିତ ‘ୟୁସିସିଆଇ’ ପରିସରରେ ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ମାନି ଆନୁଷ୍ଠାନିକ ସଭା କିମ୍ବା ଅଭିଭାଷଣ ବିନା ଅନୁଷ୍ଠିତ ହୋଇଥିବା ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ୟୁସିସିଆଇ ସଭାପତି ବ୍ରହ୍ମାନନ୍ଦ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ବିଜ୍ଞାପନର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ପୃଷ୍ଟି, ପ୍ରାଶାସନିକ ନିର୍ଦ୍ଦେଶକ କମଳାକାନ୍ତ ମହାନ୍ତି, ପ୍ରକାଶିକା ରଶ୍ମିତା ମହାପାତ୍ର, ସଂପାଦକ ଦିଲୀପ ମିଶ୍ର ଏବଂ କଳା ସମ୍ପାଦିକା ମଧୁସ୍ମିତା ପଲାଇ ପ୍ରମୁଖ ଉପସ୍ଥିତ ଥିଲେ।
ଉନ୍ମୋଚିତ ହୋଇଥିବା କ୍ୟାରିୟର ଗାଇଡ୍ରେ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାବିତ୍ମାନେ ବିଭିନ୍ନ ପ୍ରଫେସନାଲ ପାଠ୍ୟକ୍ରମରେ ଥିବା ନିଯୁକ୍ତି ସୁଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତିି। ଏତତ୍ବ୍ୟତୀତ ଓଡ଼ିଶାରେ ଥିବା ଜାତୀୟସ୍ତରର ଶିକ୍ଷାନୁଷ୍ଠାନ, ରାଜ୍ୟସ୍ତରୀୟ କେତେକ ପ୍ରମୁଖ ଶିକ୍ଷାନୁଷ୍ଠାନ, ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ, ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନୁବନ୍ଧନ ଦେଉଥିବା ଜାତୀୟ ଓ ରାଜ୍ୟସ୍ତରୀୟ ଅନୁଷ୍ଠାନ ଇତ୍ୟାଦି ସମ୍ପର୍କରେ ତଥ୍ୟ ରହିଛି।
ସୂଚନାଯୋଗ୍ୟ, ବିଜ୍ଞାପନର ଭୁବନେଶ୍ୱର ବରମୁଣ୍ଡାସ୍ଥିତ କାର୍ଯ୍ୟାଳୟରେ ପୁସ୍ତକଟି ଉପଲବ୍ଧ ହେଉଛି। ପାଠକମାନେ ଦୀପକ ନାୟକଙ୍କ ସହିତ ମୋବାଇଲ ନଂ ୯୪୩୭୯୨୭୩୪୭ରେ ଯୋଗାଯୋଗ କରି ପୁସ୍ତକ କ୍ରୟ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Photo.jpg)
