ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ଏନସିସି ପୁରାତନ ଶିକ୍ଷାର୍ଥୀ ଆଲୁମିନି ଗଠନ

ଅଧିକା ଛାତ୍ରଛାତ୍ରୀଙ୍କୁ ସାମିଲ କରାଇବା ଲକ୍ଷ୍ୟ

ଜୟପୁର: ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ଏନସିସିର ପୁରାତନ ଶିକ୍ଷାର୍ଥୀଙ୍କୁ ନେଇ ଆଲୁମନି ଗଠନ କରାଯାଇଛି। ଜିଲ୍ଲାର ସ୍କୁଲ ଓ କଲେଜର ଅଧିକାରୁ ଅଧିକା ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ୍ କରାଇବା ପ୍ରାଥମିକ ଲକ୍ଷ୍ୟ ରହିଛି।

କମାଣ୍ଡିଂ ଅଫିସର କର୍ଣ୍ଣେଲ ନବୀନ ପରଶରଙ୍କ ଅଧ୍ୟକ୍ଷତାରେ ଏହା ଆୟୋଜିତ ହୋଇଥିଲା। ବିକ୍ରମ ଦେବ ମହାବିଦ୍ୟାଳୟର ଏନସିସି ଅଧିକାରୀ ଲକ୍ଷ୍ମଣ ପାତ୍ର, ଏନସିସି ଅଧିକାରୀ ମହମ୍ମଦ ସାରିଫ ମଞ୍ଚାସୀନ ଥିଲେ। ଏଥିରେ ୫୦ରୁ ଉର୍ଦ୍ଧ୍ବ ପୁରାତନ ଏନସିସି(ସମରଶିକ୍ଷାର୍ଥୀ ବାହିନୀ)କ୍ୟାଡଟମାନେ ଅଂଶ ଗ୍ରହଣ କରିଥିଲେ।

ଜୟପୁରରେ ଏନସିସି ଗୃପ ହେଡକ୍ୱାର୍ଟର ସ୍ଥାପନ ସହ ଏଠାରେ ସୁଟିଂ ରେଂଜ ଆରମ୍ଭ କରାଇବା , କ୍ୟାଡେଟମାନେ ପାହାଡ଼ ଚଢିବାର କଳା ଓ କୌଶଳ ଶିଖିବା ପାଇଁ ବ୍ୟବସ୍ଥା, ଏନଡିଏ ଓ ସିଡିଏସ ପରି ଗୁରୁତ୍ବପୁର୍ଣ୍ଣ ପ୍ରତିଦ୍ବନ୍ଦୀତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ କୋଚିଂ ସେଣ୍ଟର ଓ ଖେଳକୁଦ ପାଇଁ ସମସ୍ତ ପ୍ରକାର ଅନୁସଙ୍ଗିକ ଭିତ୍ତିଭୁମି ଓ ପ୍ରଶିକ୍ଷଣର ବ୍ୟବସ୍ଥା କରିବାକୁ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତି ହୋଇଥିଲା।

ସଂପ୍ରତି ଛାତ୍ରଛାତ୍ରୀମାନେ ସମରଶିକ୍ଷାର୍ଥୀ ବାହିନୀରେ ଯୋଗ ଦେବାକୁ ଇଛା ପ୍ରକାଶ କରୁ ନଥିବା ଆଲୋଚନା ହୋଇଥିଲା। କିଭଳି ଅଧିକାରୁ ଅଧିକା ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇ ଆଗାମୀ ଦିନରେ ନିଜର ସୁନ୍ଦର ଭବିଷ୍ୟତ ଗଠନ କରିବେ ସେ ଦିଗରେ ଆଲୋଚନା ହୋଇଥିଲା। ଏନସିସିରେ ଯୋଗଦାନ କରି ଦେଶମାତୃକାର ସେବା କରିବାପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରତ୍ସାହିତ ଓ ଉତ୍ସାହିତ କରିବା ପାଇଁ ପ୍ରତ୍ୟେକ ସ୍କୁଲ ଓ କଲେଜକୁ ଯାଇ ସଚେତନତା ସୃଷ୍ଟି କରିବାକୁ ନିଷ୍ପତି ହୋଇଥିଲା।

 

ସମ୍ବନ୍ଧିତ ଖବର