ବିକ୍ରମଦେବ ବିଶ୍ବବିଦ୍ୟାଳୟ ବୈଧାନିକ ଅଧିକାରୀ ପଦବୀ ନିଯୁକ୍ତି ନୋହିଲା

ଜୟପୁର: ମାତ୍ର ୬ଦିନ ଗଲେ ଜୟପୁର ସ୍ବୟଂଶାସିତ ବିକ୍ରମ ଦେବ ମହାବିଦ୍ୟାଳୟ ପାଲଟିଯିବ ବିକ୍ରମଦେବ ବିଶ୍ବବିଦ୍ୟାଳୟ। ଏହି ନୂଆ ବିଶ୍ବବିଦ୍ୟାଳୟକୁ ଆରମ୍ଭ କରିବା ପାଇଁ କୁଳପତି, ରେଜିଷ୍ଟ୍ରାର, ଫାଇନାନ୍ସ (ଅର୍ଥ ନିୟନ୍ତ୍ରଣ ଅଧିକାରୀ) ‌କମ୍ପ୍ରୋଟଲର ଓ ଏକଜାମିସନ୍ କମ୍ପ୍ରୋଟଲର (ପରୀକ୍ଷା ନିୟନ୍ତ୍ରଣ ଅଧିକାରୀ) ୪ ବୈଧାନିକ ପଦବୀ ନିଯୁକ୍ତି ଦେବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁ ପଦ ସେଠୀ ନିର୍ଦ୍ଦେଶ ‌ଦେବା ସହ ବିଜ୍ଞପ୍ତି ପ୍ରକାଶ କରିବା ସହ  ଭତ୍ତା ସହ ପଦବୀକୁ ଅର୍ଥ ବିଭାଗବି ମୋହର ମାରିସାରିଛନ୍ତି। ମାତ୍ର ୬ଦିନ ରହିଥିବା ବେଳେ  କିନ୍ତୁ ଏହି ୪ବୈଧାନିକ ପଦବୀରେ କାହାକୁ ଏପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇ ନାହିଁ। ଅପରପକ୍ଷରେ ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଗୋପାଳ ହାଲଦାର ନିଜ ପଦବୀ ଛାଡ଼ିବା ଏବଂ କାହାକୁ ନିଜ ଦାୟିତ୍ବ ଦେବେ ସେ ନେଇ ଜଣାଇବାକୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି କରି ଜଣାଇଛନ୍ତି।

ଗୋଟିଏ ପଟେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅବିଭକ୍ତ କୋରାପୁଟ ଜିଲ୍ଲାର ୪୦ରୁ ଉର୍ଦ୍ଧ୍ବ ଡିଗ୍ରୀ କଲେଜର ସ୍ବୀକୃତିକୁ ଜୁନରୁ ରଦ୍ଧ କରିବା ସହ ନୂଆ ବିଶ୍ବବିଦ୍ୟାଳୟରେ ଆବେଦନ କରିବାକୁ ନିର୍ଦେଶ ଦେଇଛନ୍ତି। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ମଧ୍ୟରେ ଏହାରି ମଧ୍ୟରେ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଚାଳୁଥିବା ହାୟର ସେକଣ୍ଡରୀ ସ୍କୁଲକୁ ସରକାରୀ ଉଚ୍ଚବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ବି ବିଞପ୍ତି ପ୍ରକାଶ କରିଛନ୍ତି। ତେବେ ଚିଠି ଓ ବିଞପ୍ତି ପ୍ରକାଶ କରି ସାରିଥିଲେ ହେଁ ୪ ବୌଧାନିକ ଅଧିକାରୀ , ଓଏସଡି ଏବଂ ବିଭିନ୍ନ କିରାଣୀ ଆଦି  ନିଯୁକ୍ତି ବି ହୋଇ ନାହିଁ । ସଂପ୍ରତି କଲେଜ ନିକଟରେ ୨୪ଏକର ୭୬୮ଡେସିମିଲ ଜମି ରହିଛି।

ବିଶ୍ବବିଦ୍ୟାଳୟ ପାଇଁ ସଂପ୍ରତି ଥିବା ପୁରୁଣା କଲେଜ ସହ ନୂଆ ବଡ ଧରଣର କ୍ୟାମ୍ପସ  ନିର୍ମାଣ କରାଯିବ। ଏଥି ପାଇଁ ସହରର ଚାରିପାର୍ଶ୍ବରେ ଥିବା ବାରିଣୀପୁଟ, ଜଗନ୍ନାଥସାଗର ପାର୍ଶ୍ବ , ଆମ୍ବାଗୁଡା ଡିଏନକେ କଲୋନୀ ସହ ଏହି କ୍ରମରେ ରଣ୍ଡାପାଲ୍ଲୀ ନିକଟରେ ଥିବା ସରକାରୀ ପଲିଟେକ୍ନିକ୍ କଲେଜ ପାର୍ଶ୍ବରେ ଥିବା ୭୨ଏକର ଜମିକୁ ବୁଲି ଦେଖିଥିଲେ।  ସେଭଳି ଜମି ବି ନୂଆ କ୍ୟାମ୍ପସ୍ ପାଇଁ ଜମି ବି ଚୟନ ହୋଇ ପାରିନି।  ଏହି ସ୍ଥିତିରେ ଜୁନ ପ୍ରଥମ ସପ୍ତାହରୁ କିଭଳି ବିଶ୍ବବିଦ୍ୟାଳୟ ଆରମ୍ଭ ହେବ ତାହାକୁ ନେଇ ଏବେ ବୁଦ୍ଦିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।  ସୂଚନା ଯୋଗ୍ୟ, ଗତ ପେବୃଆରୀ ୨ତାରିଖ ଦିନ ମୁଖ୍ୟମନ୍ତ୍ରୀ ବିକ୍ରମ ଦେବ କଲେଜର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ଘୋଷଣା କରିଥିଲେ। ଏହି ସ୍ଥିତିରେ ଜୁନ ପ୍ରଥମ ସପ୍ତାହରୁ ଏହି ବିଶ୍ବବିଦ୍ୟାଳୟ ଆରମ୍ଭ ହେବ ନା ଆଉ କିଛି ଦିନ ଗଢ଼ିଯିବ ତାହାକୁ ନେଇ ବି ଚର୍ଚ୍ଚା ଜୋର ଧରିଛି।

 

ସମ୍ବନ୍ଧିତ ଖବର