ସୁନା ସଫେଇ କରି ଲୁଟ କରୁଥିବା ଦୁଇ ଚୋରକୁ ବାନ୍ଧିଲେ ଗ୍ରାମବାସୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ବମୁଆ ଗାଁରେ ଦୁଇ ସୁନା ଚୋରକୁ କାବୁ କରି ବାନ୍ଧିଛନ୍ତି ଗ୍ରାମବାସୀ । ସୁନା ସଫେଇ କରିବା ବାହାନାରେ କରୁଥିଲେ ଲୁଟ । ସୁନା ଚେନଗୁଡିକୁ ସଫା କରିବା କହି ଗାଏବ କରି ଦେଉଥିଲେ ଅରିଜିନାଲ ସୁନା । ଆଉ ଘଟଣାସ୍ଥଳରୁ ଚମ୍ପଟ ମାରୁଥିଲେ ଦୁବୃର୍ତ୍ତ।

ଏପରି ଘଟଣା ଭୁବନରେ କିଛି ନୂଆଁ ନୁହେଁ । ପୂର୍ବରୁ ଏପରି ସୁନା ଲୁଟ ଘଟଣାର ନଜିର ରହିଛି । ତେବେ ଆଜି ଦୁଇଜଣ ଅଣଓଡ଼ିଆ ଯୁବକ ଓଆର ୦୫ ଏଆର ୪୧୩୬ ନାମକ ଏକ ହିରୋହୋଣ୍ଡା ପାସିଅନ ପ୍ରୋ ମୋଟର ସାଇକେଲରେ ଆସି ବମୁଆ ଗାଁରେ ଲୋକଙ୍କର ସୁନା ସଫେଇ କରୁଥିଲେ । ସଫେଇ ବାହାନାରେ ସମ୍ପୃକ୍ତ ଦୁଇ ଜଣ ଯୁବକ ସୁନା ହଡପ କରି ଫେରାର ହୋଇ ଯାଉଥିଲେ । ତେବେ ଗ୍ରାମବାସୀମାନେ କାବୁ କରି ଯୁବକ ଦୁଇ ଜଣଙ୍କୁ ଧରିଥିଲେ । ପରେ ସେମାନଙ୍କୁ ଏକ ରଶିରେ ବାନ୍ଧି ଦେଇଥିଲେ ।

ଦୁଇ ସୁନା ଚୋର ନିଜର ଭୁଲ ସ୍ୱୀକାର କରିବା ସହ ଲୋକଙ୍କ ଗୋଡ଼ ଧରି କ୍ଷମା ମାଗିଥିଲେ । ଏହି ଘଟଣାର ଏକ ଭିଡିଓ ବି ଗ୍ରାମବାସୀମାନେ କୈଦ କରିଛନ୍ତି।

ସମ୍ବନ୍ଧିତ ଖବର