ପାଣି ପାଇଁ ମାମୁଁରିଆ ଗ୍ରାମବାସୀଙ୍କ ବିକ୍ଷୋଭ

ଛେଣ୍ଡିପଦା: ପାନୀୟ ଜଳ ସମସ୍ୟାକୁ ନେଇ ଆଜି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାମୁରିଆ ଗ୍ରାମବାସୀ ଗରା, ମାଠିଆ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସୂଚନାଯୋଗ୍ୟ ଏସ ୟୁ ସି ଆଇ କମ୍ୟୁନିଷ୍ଟ ଛେଣ୍ଡିପଦା ବ୍ଲକ କମିଟି ନେତୃତ୍ବରେ ମାମୁରିଆ ଗ୍ରାମର ଶତାଧିକ ପୁରୁଷ ମହିଳା ଗ୍ରାମରୁ ଗରା, ମାଠିଆ, ପାନୀୟ ସମସ୍ୟା ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ଛେଣ୍ଡିପଦା ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ କରିଥିଲେ। ଗ୍ରାମକମିଟି ସଭାପତି ଗଗନ ସାହୁଙ୍କ ସଭାପତିତ୍ବରେ ପ୍ରତିବାଦ ସଭାରେ ରାଜ୍ୟ ସରକାର ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅଥଚ ଗ୍ରାମବାସୀ ପାଣି  ସମସ୍ୟା ଭୋଗୁଛନ୍ତି।

କୂଅ ପୋଖରୀ ଶୁଖିଗଲାଣି,ଗାଈ ଗୋରୁ ମଣିଷ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ବାରମ୍ବାର ଜଣାଇବା ପରେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଗ୍ରାମରେ ନଳକୂପ ଓ ପାଇପ୍ ଅଚଳ ଅବସ୍ଥାରେ ପଡ଼ିରହିଛି, ବ୍ଳକର ଅନେକ ଗାଁରେ ପିଇବା ପାଣି ସମସ୍ୟା ଉତ୍କଟ ରୂପ ଧାରଣ କଲାଣି।

ଏହି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଶକ୍ତିଶାଳୀ ଆନ୍ଦୋଳନ ଗଢ଼ି ତୋଳିବାକୁ ଏସ,ୟୁ,ସି,ଆଇ ନେତା ନବକିଶୋର ପ୍ରଧାନ, ରଣଜିତ୍ ପ୍ରଧାନ, ସୁକାନ୍ତି ପ୍ରଧାନ, ସୁଜାତା ସାହୁ, ସୁଭଦ୍ରା ସାହୁ, ହେମଲତା ସାହୁ, ଦୁଃଖୀ ଭୋଇ ପ୍ରମୁଖ ନିଜ ବକ୍ତବ୍ୟରେ କହିଥିଲେ। ଶେଷରେ ବିଡ଼ିଓ ବିଶ୍ଵନାଥ ସାହଙ୍କୁ ଦାବି ପତ୍ର ପ୍ରଦାନ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲା ପରେ ବିକ୍ଷୋଭ ସଭା ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର