ବାଲେଶ୍ୱର: ଶେଷରେ ଚୋରା ମଦ କାରବାର ମହଙ୍ଗା ପଡ଼ିଛି। ଏହି ପରିପ୍ରେକ୍ଷୀରେ ୩ଜଣ ମଦ ବେପାରୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗ୍ରାମବାସୀ ଅଟକ ରଖିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କାଂଥୀ ଭଉଁରୀ ପଂଚାୟତରେ।
ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଗାଡ଼ିରେ ୨ଜଣ ଯୁବକ ପଶ୍ଚିମବଙ୍ଗ ମାର୍କା ଦେଶୀ ଓ ବିଦେଶୀ ମଦ କାନ୍ଥିଭଉଁରୀ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରକୁ ମଦଦେବା ସମୟରେ ଗ୍ରାମର ମହିଳାମାନେ ୨ଜଣଙ୍କୁ ମାଡ଼ ମାରି ଏକଘରେ ବନ୍ଦ କରି ରଖିବା ସହିତ ଗାଡ଼ି ଭଙ୍ଗାରୁଜା କରିଥିଲେ।
ଏହାପରେ ଏକ ଏନଜିଓର ପରିଚୟ ଦେଇ ଛଡ଼ାଇବାକୁ ଆସିଥିବା ଅନିଲ୍ ପ୍ରଧାନ ନାମଙ୍କ ବ୍ୟକ୍ତିଙ୍କୁ ଅଟକ ରଖିବା ସହ ତାଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହିତ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/15c01170-c174-4ada-81c3-3904e1342d42.jpg)