ନୀଳଗିରି: ହାତୀ ଘଉଡ଼ାଇବାକୁ ଯାଇଥିବା ବନକର୍ମଚାରୀଙ୍କୁ ଆକ୍ରମଣ, ୮ ଆହତ, ୨ ଗାଡ଼ି ଭଙ୍ଗାରୁଜା

ନୀଳଗିରି: ଗତକାଲି ବିଳମ୍ବିତ ରାତିରେ ହାତୀ ଘଉଡ଼ାଇବାକୁ ଯାଇଥିିବା ବନକର୍ମଚାରୀମାନଙ୍କୁ ଗ୍ରାମବାସୀମାନେ ଅତର୍କିତ ଆକ୍ରମଣ କରିବା ସହିତ ସେମାନଙ୍କ ଦୁଇଟି ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଏଥିରେ ୮ ଜଣ ବନକର୍ମଚାରୀ ଆହତ ହୋଇଥିବା ଜଣାଯାଇଛି। ଖବର ପାଇ ନୀଳଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନକର୍ମଚାରୀମାନଙ୍କୁ ଉଦ୍ଧାର କରିଛନ୍ତି। ତେବେ ଆକ୍ରମଣକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସେମାନେ ହାତୀ ଘଉଡ଼ାଇବାକୁ ଯିବେ ନାର୍ହିଁ ବୋଲି ବନକର୍ମଚାରୀମାନେ ନିଷ୍ପତ୍ତି ନେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ,ଗତକାଲିି ରାତିରେ ନୀଳଗିରି ରେଞ୍ଜର ସୁକୁମାର ଦାଶ ଓ କୁଲଡିଆ ରେଞ୍ଜର ଦାୟିତ୍ୱରେ ଥିବା ଏସିଏଫ ଲକ୍ଷ୍ମଣ ପ୍ରଧାନ ବନକର୍ମଚାରୀମାନଙ୍କୁ ନେଇ ନୀଳଗିରି ରେଞ୍ଜ ଅଞ୍ଚଳକୁ ମାଡ଼ିଆସିଥିିବା ୫୮ଟି ଝାଡ଼ଖଣ୍ଡି ହାତୀଙ୍କୁ ଉଡ଼ାଇବାକୁ ଯାଇଥିିବା ବେଳେ ରାତି ପ୍ରାୟ ୧ଟା ବେଳେ ତେରଲଡିଡି ଓ ହାତୀମୁଣ୍ଡା ଗ୍ରାମର ଲୋକେ ବନ କର୍ମଚାରୀମାନଙ୍କ ଗାଡ଼ିକୁ ଆକ୍ରମଣ କରି ଭଙ୍ଗାରୁଜା କରିଥିଷଳ। ଏପରିକି ସେମାନେ ବନକର୍ମଚାରୀମାନଙ୍କୁ ଆକ୍ରମଣ କରିବାରୁ ଫରେଷ୍ଟର ଉମାକାନ୍ତ ଜେନା, ସରୋଜ ପ୍ରଧାନ, କିଶୋରଚନ୍ଦ୍ର ଭୂୟାଁ, ଫରେଷ୍ଟ ଗାର୍ଡ ମନୋରଞ୍ଜନ ସିଂହ, ଜୟଦେବ ମଲ୍ଲିକ ପ୍ରମୁଖ ୮ ଜଣ ବନକର୍ମଚାରୀ ଆହତ ହୋଇଛନ୍ତି। ଗ୍ରାମବାସୀମାନେ ବନକର୍ମଚାରୀମନଙ୍କୁ ଅଟକ ରଖିବା ସୂଚନା ପାଇ ନୀଳଗିରି ଥାନା ଇନସପେକ୍ଟର ନଳିତା ମୋଦି ଘଟଣାସ୍ଥଳରେ ପହଞ୍ଚି ବନକର୍ମଚାରୀମାନଙ୍କ ଉଦ୍ଧାର କରିଛନ୍ତି।

ସମ୍ବନ୍ଧିତ ଖବର