ପାପଡାହାଣ୍ଡି : ୱାର୍ଡ ସଂରକ୍ଷଣ ପରିବର୍ତ୍ତନ ପାଇଁ ୱାର୍ଡବାସୀ ଦାବି କରିଥିଲେ। ସଂରକ୍ଷଣ ପରିବର୍ତ୍ତନ ନହେଲେ ଭୋଟ ବର୍ଜନ ପାଇଁ ବି ଲିଖିତ ଭାବେ ଜଣାଇଥିଲେ ଗ୍ରାମବାସୀ। ତଥାପି ୱାର୍ଡବାସୀଙ୍କ ଦାବି ପୁରଣ ହୋଇପାରିଲାନାହିଁ। ଆଜି ଶେଷ ରେ ଭୋଟ ବର୍ଜନ କରିଛନ୍ତି ୱାର୍ଡବାସୀ। ପାପଡ଼ାହାଣ୍ଡି ବ୍ଲକ ଘାଟଗୁଡ଼ା ଗ୍ରାମପଞ୍ଚାୟତ କାଙ୍ଗୁମାଝିଗୁଡା ୧ ନମ୍ବର ୱାର୍ଡର ପ୍ରାୟ ୨୦୨ ଜଣ ଭୋଟର ଭୋଟ ବର୍ଜନ କରିଛନ୍ତି । ଏହି ୱାର୍ଡଟି ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷଣ ହୋଇ ରହିଥିଲା । ଗ୍ରାମବାସୀ କହିବା ଅନୁଯାୟୀ ୱାର୍ଡ ବାସୀ ଅନୁସୂଚିତ ଜନଜାତି ବର୍ଗଙ୍କ ନିମନ୍ତେ ସଂରକ୍ଷଣ କରିବା ଲାଗି ଦାବି କରିଥିଲେ ।
ବିଡ଼ିଓ ଙ୍କୁ ବି ଲିଖିତ ଭାବେ ଜଣାଇଥିଲେ । ତଥାପି କିଛି ପରିବର୍ତନ କରାଗଲା ନାହିଁ । ଯେହେତୁ ୱାର୍ଡରେ ଆଦିବାସୀଙ୍କ ସଂଖ୍ୟା ଅଧିକ ତେଣୁ ସେମାନେ ପ୍ରଶାସନ ଜୁ ଜଣାଇଥିଲେ । ପଞ୍ଚାୟତର ୨ଟି ୱାର୍ଡର ସଂରକ୍ଷଣ ପରିବର୍ତ୍ତନ ହୋଇଥିଲେ ମଧ୍ୟ ୧ ନଂ ୱାର୍ଡର ସଂରକ୍ଷଣ ପରିବର୍ତ୍ତନ ହୋଇନଥିଲା । ଶେଷ ରେ ବାଧ୍ୟ ହୋଇ ୱାର୍ଡ ରେ ଥିବା ୨୦୨ ଜଣ ଭୋଟର ରୁ ଗୋଟିଏ ବି ଭୋଟର ମତଦାନ ନକରି ଭୋଟ ବର୍ଜନ କରିଛନ୍ତି । ଖବର ପାଇ ବିଡ଼ିଓ ରଞ୍ଜିତା ମଲ୍ଲିକ ପହଞ୍ଚି ୱାର୍ଡବାସୀଙ୍କୁ ବୁଝା ସୁଝା କରିଥିଲେ ବି ୱାର୍ଡ ବାସି ନିଜ ଜିଦରେ ଅଟଳ ରହି କେହିବି ମତଦାନ କରିନଥିଲେ।