ଜବରଦଖଲ ଉଚ୍ଛେଦ ଦାବି କଲେ ଗ୍ରାମବାସୀ

ଯାଜପୁର: କୋରେଇ ବ୍ଲକ୍‌ ଅନ୍ତର୍ଗତ ସାଦକପୁର ପଞ୍ଚାୟତ ଫାଜଲପୁର ଗ୍ରାମରେ କିଛିଲୋକ ସରକାରୀ ରାସ୍ତା ଅବରୋଧ କରିଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଖାତା ନମ୍ବର ୭୦୫ ପ୍ଲଟ୍‌ ନମ୍ବର ୧୫୩୩ରେ ଥିବା ସରକାରୀ ଜମିକୁ ଜବରଦଖଲ କରି କିଛିଲୋକ ଘରବାରଣ୍ଡା ନିର୍ମାଣ କରିବା ସହ ଘର ନିର୍ମାଣ ପାଇଁ ବ୍ୟବହୃତ ସାମଗ୍ରୀ ମହଜୁଦ୍‌ କରିବାରୁ ରାସ୍ତା ସଂକୁଚିତ ହୋଇଯାଇଛି। ସରକାରୀ ରାସ୍ତାକୁ ମାପଚୁପ କରି ଜବରଦଖଲ ମୁକ୍ତ କରିବାକୁ ଫାଜଲପୁର ଗ୍ରାମର ସେକ୍‌ ଅଲିମୁଲ ହକ୍‌ ହଜାରୀ, ସେକ୍‌ ସାମସ ତବରେଜ ହଜାରୀ, ସେକ୍‌ ଅଜିଜୁଲ ହଜାରୀ, ସେକ୍‌ ତଫଜୁଲ ହକ୍‌ ହଜାରୀ, ସେକ୍‌ ମୋହିବୁଲ୍‌ ହକ୍‌ ହଜାରୀ, ଲିଆକତ୍‌ ଅଲ୍ଲୀ, ସେକ୍‌ ଜମିଉଲ୍‌ ହକ୍‌ ହଜାରୀ ପ୍ରମୁଖ ଯାଜପୁର ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଏନେଇ ଉପଜିଲ୍ଲାପାଳଙ୍କ କୋର୍ଟରେ ୯୫୩/୨୦୨୩ରେ ଏକ ମିସ୍‌ କେସ୍‌ ଦାୟର ହେବା ପରେ ଉପଜିଲ୍ଲାପାଳ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟାସନଗର ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଜବରଦଖଲ ଫଳରେ ଗ୍ରାମ ରାସ୍ତା ଅତ୍ୟଧିକ ସଂକୁଚିତ ହୋଇଯାଇଛି। ଫଳରେ ଏହି ରାସ୍ତାରେ କୌଣସି ଗାଡ଼ିମୋଟର ଚଳାଚଳ କରିପାରୁନାହିଁ। ଜରୁରୀ ସମୟରେ ଏହି ରାସ୍ତାରେ ଅଗ୍ନିଶମ ଗାଡ଼ି କିମ୍ବା ଆମ୍ବୁଲାନ୍ସ ଯିବା ସମ୍ଭବ ନୁହେଁ ‌ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ମେ ମାସରେ ଏନେଇ କାର୍ଯ୍ୟାନୁଷ୍ଠାନ କରିବାକୁ ଉପଜିଲ୍ଲାପାଳ ତହସିଲଦାରଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଦୁଇମାସ ବିତିଗଲାଣି। ବ୍ୟାସନଗର ତହସିଲଦାର ଏଥିପ୍ରତି ଦୃଷ୍ଟିଦେବାକୁ ଫାଜଲପୁର ଗ୍ରାମବାସୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର