ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମଭି-୪୦ ଗ୍ରାମରେ ଥିବା ସରକାରୀ ହାଇସ୍କୁଲ ପରିସରରେ ଜଣେ ବ୍ୟକ୍ତି ଅବେଧ କବ୍ଜା କରି ଘର ତିଆରି କରିବା ସହ ସେଠାରେ ରହୁଛନ୍ତି। ତେବେ ଏବେ ସେହି ସ୍କୁଲକୁ ୫-ଟିରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ସ୍କୁଲର ସୌନ୍ଦର୍ଯ୍ୟକରଣ କରାଯିବ। ସେହି ଜାଗାଟି ସ୍କୁଲ ନାମରେ ପଟ୍ଟା ରହିଥିବା ଜଣାପଡିଛି। ବାରମ୍ବାର ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ ସେହି ବ୍ୟକ୍ତି ସ୍କୁଲ ପରିସରରୁ ବାହାରୁନଥିବା କହିଛନ୍ତି। ଆଜି ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ପୁଣି ଅଭିଯୋଗ କରିଛନ୍ତି।
ଏନେଇ ନେତା ଠାରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜବରଦସ୍ତ ସ୍କୁଲ ପରିସରରେ ଘର ତିଆରି କରି ସେହି ବ୍ୟକ୍ତି ଜଣକ ରହିଛନ୍ତି।ତେବେ ତୁରନ୍ତ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ବାଧ୍ୟ ହୋଇ ଆମେ ଆନ୍ଦୋଳନ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Mkg-MV-40-school-re-kabja-1.jpg)