ଆମକୁ ଜାଗା ବଦଳରେ ଜାଗା ଦିଆଯାଉ ଦାବି କଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ମାଡକାପଦର ପଞ୍ଚାୟତର ଝିମିରିଗୁଡା ଗ୍ରାମର ୧୦ ପରିବାର ଏବେ ବିସ୍ଥାପିତ ହେବାକୁ ଯାଉଛନ୍ତି। ଝିମିରିଗୁଡାରେ ବାସ କରୁଥିବା ଲକ୍ଷ୍ମଣ ଶିଶା, ଦେବ ଶିଶା, ଭୀମ ଶିଶା, କୁଶ ଖିଲ, ସନୁ ଖିଲ, ଲବ ଖିଲ, ପଦୁ ଖରା, ଜଗନ୍ନାଥ ଖରା, ସନିଆ ମୁଦୁଲି ଓ ଦଶରଥ ମୁଦୁଲି ସେହି ଗ୍ରାମରେ ଥିବା ଡଂଗର ଜମିରେ ସୁଆଁ ,ମାଣ୍ଡିଆ ଆଦି ଚାଷ କରି ନିଜର ଗୁଜରାଣ ମେଣ୍ଟାଉଛନ୍ତି। ସେମାନେ କହିଛନ୍ତି ଯେ ଏହି ଜମି ଦେଇ ରେଳ ଲାଇନ ଯାଉଥିବାରୁ ଆମେ ଏବେ ସମସ୍ୟାରେ ପଡିଛୁ।

ଦୀର୍ଘ ଚାଳିଶି ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ସ୍ଥାନରେ ଆମେ ଘର କରି ରହିଆସିଛୁ। ଏବେ ଯେଉଁ ଜାଗାରେ ଆମେ ଘର କରିଛୁ ସେହି ଜାଗାକୁ ମଧ୍ୟ ବନ ବିଭାଗର କର୍ମଚାରୀମାନେ ଆସି ତୁରନ୍ତ ଏହି ଜାଗା ଖାଲି କରିବାକୁ ତାଗିଦ କରୁଛନ୍ତି। କାରଣ ସେହି ଜାଗାରେ ସେମାନେ ଗଛ ଲଗାଇବେ। ତେବେ ଆମେ ପିଲା କୁଟୁମ୍ବକୁ ନେଇ କେଉଁଠାକୁ ଯିବୁ ବୋଲି କହି ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ।ଆମକୁ ଜାଗା ବଦଳରେ ଜାଗା ପ୍ରଦାନ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର