ମାଲକାନଗିରି: ମାଲକାନଗିରି ନିକଟସ୍ଥ ଗନ୍ଦିପାଲୀ ଗ୍ରାମ ନିକଟରେ କ୍ରସର ଏବଂ ପଥର କୁଆଁରିକୁ ତୁରନ୍ତ ବନ୍ଦ କରିବା ପାଇଁ ଗ୍ରାମବାସୀ ଲଗାତାର ଦୀର୍ଘ ଦିନ ହେଲା ଦାବି କରିଆସୁଥିଲେ ମଧ୍ୟ ପଥର କୁଆଁରି ଏବଂ କ୍ରସରର ମାଲିକ ବିଭାଗୀୟ ଅଧିକାରୀ ଏବଂ ଉଚ୍ଚ ପାଧିକାରୀଙ୍କୁ ହାତଗୁଞ୍ଜା ଦେଇ ପୁଣି ସେଠାରେ କ୍ରସର ଏବଂ ପଥର କୁଆଁରି ଖୋଲିବା ନେଇ ସମସ୍ତ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଆଜି ଏନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ପକ୍ଷ ନିଜର ପକ୍ଷ ରଖିଥିଲେ।
ଗନ୍ଦିପାଲୀ ଗ୍ରାମବାସୀ ଗତ ଅଗଷ୍ଟ ୨୦ ତାରିଖ ଦିନ ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ଫରକ ପଡିନଥିଲା। ଓଲଟା ମାଲକାନଗିରି ତହସିଲ ପକ୍ଷରୁ ଏହି ପଥରଖଣି ପାଇଁ ଜୁନ ମାସରେ ଚଳିତ ବର୍ଷ ଟେଣ୍ଡର ମଧ୍ୟ ଆହ୍ବାନ କରାଗଲା। ପର ମୁହୂର୍ତ୍ତରେ ଚଞ୍ଚକତା କରାଯାଇ ଯିଏ ଦୀର୍ଘ ଦିନ ହେଲା ଏହି ପଥର କୁଆଁରିକୁ ଚଳାଇ ଆସୁଛି ତାଂକୁ ହିଁ ଏହି ଟେଣ୍ଡର ପ୍ରଦାନ କରାଗଲା। ପ୍ରକୃତରେ ଯିଏ ଏହି ଟେଣ୍ଡର ପାଇବା କଥା ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇବା ପରେ ସେହି ବ୍ୟକ୍ତି ଜଣକ ତାଂକ ଟେଣ୍ଡରକୁ ନ ଖୋଲିବା ପାଇଁ ତହସିଲଦାରଙ୍କୁ ଅନୁରୋଧ କରିଥିଲେ। ତେବେ କିପରି ଏହି ପଥର କୁଆଁରିକୁ ଯେଣତେଣ ପ୍ରକାରେଣ ହାତେଇବା ପାଇଁ ସଂପୃକ୍ତ ବ୍ୟକ୍ତି ସମସ୍ତ ଉଦ୍ୟମ କରୁଛନ୍ତି ତାହା ସ୍ପଷ୍ଟ ହୋଇଯାଇଥିଲା।
/sambad/media/post_attachments/wp-content/uploads/2022/09/Mkg-crossor-and-stone-mine-stop-3.jpg)
ଆଜି ଶତାଧିକ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିର ରହି କ୍ରସର ଏବଂ ପଥର କୁଆଁରି ହଟାଇବା ନେଇ ଉପଜିଲ୍ଲାପାଳଙ୍କୁ ଘେରିଥିଲେ।ଗନ୍ଦିପାଲୀ ଗ୍ରାମବାସୀଙ୍କ ଅଭିଯୋଗ ହେଲା ମାତ୍ର ୨ଶହ ମିଟର ଦୁରରେ ଏହି କ୍ରସର ରହିଛି। କିନ୍ତୁ ଆରଟିଆଇ ସୂଚନାରେ ମିଳିଥିବା ରିପୋର୍ଟ ଅନୁଯାୟୀ ଏହା ୨ କିଲୋମିଟର ଦୁରରେ ରହିଥିବା କୁହାଯାଇଛି। ବିନା ପଲ୍ଲୀସଭାରେ କ୍ରସର ସ୍ଥାପନ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Mkg-crossor-and-stone-mine-stop-2.jpg)