ଦୀର୍ଘ ଦିନର ଜମି ବିବାଦ ନେଲା ଉଗ୍ର ରୂପ : ଗୋଟିଏ ଗ୍ରାମର ଲୋକ ନଷ୍ଟ କରିଦେଲେ ଅନ୍ୟ ଗାଁର ମକା ଫସଲ

ଉମରକୋଟ :  ନବରଙ୍ଗପୁର ଜିଲ୍ଲା  ଉମରକୋଟ ତହସିଲ ଅନ୍ତର୍ଗତ ମୃତମା ଗ୍ରାମ ଓ ଖଡ଼କ। ଗ୍ରାମ ମଧ୍ୟରେ ଥିବା ଜମି ବିବାଦ ଆଜି ଉଗ୍ର ରୂପ ନେଇଛି । ଆଜି ପ୍ରାୟ ଅପରାହ୍ନ ଏକ ଘଣ୍ଟା ସମୟରେ ମୃତମ। ଗ୍ରାମ ର ଶତାଧିକ ମହିଳା ଓ ପୁରୁଷ ନିକଟସ୍ଥ ଖଡକ। ଗ୍ରାମର ୨୫ ଜଣ ଲୋକଙ୍କର ପ୍ରାୟ ୩୨ ଏକର ଜମି ରେ ଲାଗିଥିବା ମକା ଗଛ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛନ୍ତି। ଆଜି ସନ୍ଧ୍ୟା ରେ ନଷ୍ଟ ହେଇଥିବା ମକା ଫସଲର ଚାଷୀମାନେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଖଡକା ଓ ମୃତମା ଗ୍ରାମ ହେଲା ୨ ଟି ସୀମାନ୍ତ ଗ୍ରାମ। ଖଡାକ। ଗ୍ରାମବାସୀଙ୍କ କହିବା କଥା ହେଲା ୧୯୬୪ ମସିହା ରେ କେନ୍ଦ୍ର ସରକାର ଖଡକ। ଠାରେ  ଡ୍ୟାମ୍  ତିଆରି ପରେ ଖଡକା ଗ୍ରାମର କିଛି ଲୋକଙ୍କ ଚାଷ ଜମି ନଷ୍ଟ ହେଇଥିଲା। ସେବେ ଠାରୁ ସେହି ଗ୍ରାମ ର ଲୋକେ ଡ୍ୟାମ୍ ନିକଟସ୍ଥ ଉଚ୍ଚ ଜମିରେ ମକା ଚାଷ କରିଆସୁଛନ୍ତି। କିନ୍ତୁ ମୃତମା ଗ୍ରାମବାସୀଙ୍କ କହିବାର ହେଲା ଏହି ଜମିଟି ତାଙ୍କ ମୌଜାରେ ଆସୁଛି ତେଣୁ ଜମି ତାଙ୍କର। ତେଣୁ ଏହାକୁ ନେଇ ଉଭୟ ଗ୍ରାମ ମଧ୍ୟ ରେ ବିବାଦ ଲାଗି ରହିଥିଲା।  ଚଳିତ ବର୍ଷ ମଧ୍ୟ ଖଡ଼କା ଗ୍ରାମର ପ୍ରାୟ ୨୫ ଜଣ ଲୋକେ ପ୍ରାୟ ୩୨ ଏକର ଜମି ରେ ମକା ଚାଷ କରିଥିଲେ। ମକା ଗଛ ଗୁଡ଼ିକ ମଧ୍ୟ ପ୍ରାୟ ୫ ଫୁଟ ବଡିଯାଇଥିଲ।।  ହଠାତ ଆଜି ମୁତମା ଗ୍ରାମର ପ୍ରାୟ ୨୦୦ ରୁ ଅଧିକ ପୁରୁଷ ଓ ମହିଳା ଟାଙ୍ଗିଆ, ବାଡି ଓ ଠେଙ୍ଗା ଧରି ଜମି ଭିତରେ ପଶି ମକା ଗଛ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛନ୍ତି। ଫଳରେ ସେଠାରେ କିଛି ସମୟ ଆତଙ୍କ ଖେଳାଇଥିଲେ ମୃତମା ଗ୍ରାମବାସୀ । ଖବର ପାଇଁ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ମଧ୍ୟ କରି ଫେରିଛି।

ମକା ଫସଲ ନଷ୍ଟ ହେଇଥିବା ଖଡକା ଗ୍ରାମର ଚାଷୀମାନେ ହେଲେ କମଲୁ ଲଚନ ଭତ୍ର।, ରଘୁନାଥ ଭତ୍ର।, ଜାନକୀ ଭତ୍ର।, ଲେକି ଭତ୍ର।, ବାସୁ ଭତ୍ର।, ବସମନ୍ ଭତ୍ର।, ଚଇତୁ  ଭତରା, ଲୋକନାଥ ଭତରା , ତ୍ରିନାଥ ଭତରା, ନରସିଂହ ଭତରା, ଜଗନ୍ନାଥ ଭତରା, ସନପତି ଭତରା ପ୍ରମୁଖ। ଉମରକୋଟ ତହସିଲଦାର ଡକ୍ଟର ହିମାଚଳ ମାଝୀ ଙ୍କ କହିବା ହେଲା ଗତ ବର୍ଷ ସେହି ଜମି ଉପରେ ୧୪୪ ଧାର। ଜାରି କରାଯାଇ ଚାଷ ବନ୍ଧ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ରାଜସ୍ବ ନୀରିକ୍ଷକ ସେହି ଗ୍ରାମ କୁ ଚାଷ ନ କରିବା ପାଇଁ ଅନୁରୋଧ କରି ଆସିଥିଲେ। ତଥାପି ଲୋକ ମାନେ ଚାଷ କରିଛନ୍ତି। ମକା ଫସଲ ନଷ୍ଟ ହେବା ପରେ କ୍ଷତି ଗ୍ରସ୍ତ ଲୋକେ ଚିନ୍ତା ରେ ପଡିଯାଇଛନ୍ତି। ଚଡ। ଦରରେ ସାର କିଣି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚାଷ କଲୁ ଏବେ କେମିତି ଋଣ ସୂଜେଇବୁ ଓ ପରିବାର ପ୍ରତି ପୋଷଣ କରିବୁ। ପ୍ରଶାସନ ଏକ ସ୍ଥାୟୀ ସମାଧାନ ର ବାଟ ଖୋଜିବା ପାଇଁ ସାଧରନରେ ଦାବି ହେଉଛି ନଚେତ ଏକ ବଡ ଧରଣର ରକ୍ତାକ୍ତ ସଂଘର୍ଷ କୁ ଭବିଷ୍ୟତ ରେ ଏଡ଼। ଯାଇ ନ ପାରେ।

ସମ୍ବନ୍ଧିତ ଖବର