୬ ନାବାଳିକାକୁ ଟଙ୍କା ଲୋଭ ଦେଖାଇ ଚାଲାଣ ଉଦ୍ୟମ, ଦଲାଲଙ୍କୁ କାବୁକଲେ ଗ୍ରାମବାସୀ

ଫୁଲବାଣୀ: କନ୍ଧମାଳରୁ ଆସିଲା ସାଂଘାତିକ ଅଭିଯୋଗ। ଟଙ୍କା ଲୋଭ ଦେଖାଇ ୬ ନାବାଳିକାଙ୍କୁ ଚୋରା ଚାଲାଣ କରୁଥିଲେ ଦଲାଲ। ଅଭିଯୋଗ ଅନୁସାରେ ୫ହଜାର ଟଙ୍କାର ପ୍ରଲୋଭନ ଦେଖାଇ, ଗଞ୍ଜାମର ଜଣେ ମହିଳା ଓ ପୁରୁଷଙ୍କୁ ୬ଜଣ ନାବାଳିକାଙ୍କୁ ଚାଲାଣ କରୁଥିଲେ। ସନ୍ଦେହ ହେବାରୁ ସେମାନଙ୍କୁ ଧରିପକାଇଥିଲେ ଗ୍ରାମବାସୀ।

ତେବେ ଏହାକୁ ନେଇ କୃତମଗଡ ଗାଁରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି। ଗାଁ ଲୋକମାନେ ସଂପୃକ୍ତ ମହିଳା ଓ ପୁରୁଷଙ୍କୁ କାବୁ କରିଥିବାବେଳେ ଘଟଣାସ୍ଥଳରେ ତୁମୁଡିବନ୍ଧ ବିଡିଓ ରୀନା ପ୍ରଧାନ ଓ ସିଡିପିଓ ପହଁଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ତେବେ ନାବାଳିକାମାନଙ୍କୁ କୁଆଡେ ନେଇଥିଲେ ତାହା ସ୍ପଷ୍ଟ ଜଣା ପଡିନାହିଁ।

ସମ୍ବନ୍ଧିତ ଖବର