୪ ଘଣ୍ଟା ଅଟକ ରଖିବା ପରେ ବିଡିଓଙ୍କୁ ଛାଡ଼ିଲେ ଗ୍ରାମବାସୀ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବିଡିଓ ପ୍ରକାଶ ଦାସଙ୍କୁ ୪ ଘଣ୍ଟା ଅଟକ ରଖିବା ପରେ ମୁକ୍ତ କରିଛନ୍ତି ଧାଡ଼ିଆମ୍ବ ଗ୍ରାମବାସୀ । ଭୋଟର ତାଲିକାରେ କିଛି ଗ୍ରାମବାସୀଙ୍କ ନାଁ ନଥିବା ଓ ମୌଳିକ ସୁବିଧା ନଥିବା ପ୍ରତିବାଦରେ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ ।

ତୁମ୍ବା ଲିମେଶ୍ବରୀ ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟ ଦେଖି ଫେରିବା ବାଟରେ ଗୋପିନାଥପୁର ଛକରୁ ବିଡ଼ିଓଙ୍କୁ ଚାରି କିଲୋମିଟର ଚଲାଇ ଚଲାଇ ଧାଡିଆମ୍ବ ଗ୍ରାମକୁ ଆଣିଥିଲେ । ଗ୍ରାମରେ ପ୍ରାୟ ୪ ଘଣ୍ଟା ଅଟକ ରଖିଥିଲେ । ଭୋଟ ତାଲିକାରେ କିଭଳି ନାମ କଟିଲା ପଚାରିବା ସହ ଆମେ ଭୋଟ ତାଲିକାରେ ନାମ ଯୋଡିବା ସହ ସମସ୍ତ ମୌଳିକ ସୁବିଧାରୁ କେହି ବଞ୍ଚିତ ହେବେ ନାହିଁ ବୋଲି କହି ଅଡି ବସିଥିଲେ ।

ଖବର ପାଇ ଜରଡା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ସଦଳବଳଙ୍କ ସହ ବ୍ଳକ ପଦାଧିକାରୀ ମାନେ ପହଞ୍ଚିଥିଲେ । ବ୍ଳକ ପଦାଧିକାରୀ ଓ ପୋଲିସି ସହ ଗ୍ରାମବାସୀଙ୍କ ମଧ୍ୟରେ ଆପୋସ ବୁଝାମଣା ପରେ ଏକ ଲିଖିତ ଚୁକ୍ତିନାମା ଦେବା ପରେ ବିଡିଓ ଶ୍ରୀଦାସଙ୍କୁ ଗ୍ରାମବାସୀ ଛାଡିଥିଲେ ।

 

ସମ୍ବନ୍ଧିତ ଖବର