ଆନନ୍ଦପୁର: ଆନନ୍ଦପୁର ବ୍ଲକ୍ ସିଙ୍ଗନାଳୀରେ ଥିବା ବୈତରଣୀ ପାୱାର ପ୍ରୋଜେକ୍ଟରେ ଆଜି ସ୍ଥାନୀୟ ଗ୍ରାମବାସୀ ତାଲା ପକାଇଛନ୍ତି। ରାସ୍ତା ମରାମତି ଦାବିରେ ସ୍ଥାନୀୟ ଦରଗୁଡ଼ିଶିଳା ଗ୍ରାମର ଶତାଧିକ ଜନସାଧାରଣ ଆଜି ପୂର୍ବାହ୍ନରେ ପ୍ରକଳ୍ପର ମୁଖ୍ୟ ଫାଟକରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ, କାଦବାହାଳିଠାରୁ ଦରଗୁଡ଼ିଶିଳା ପର୍ଯ୍ୟନ୍ତ ରାସ୍ତାକୁ କିଛିଦିନ ତଳେ ଗ୍ରାମବାସୀ ନିର୍ମାଣ କରିଥିଲେ। କମ୍ପାନିର ବହୁ ସଂଖ୍ୟକ ଗାଡ଼ି ଏହି ରାସ୍ତାରେ ଯାତାୟାତ କରୁଥିବାରୁ ରାସ୍ତା ନିର୍ମାଣ କରିବାକୁ କମ୍ପାନି କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା।
କମ୍ପାନି କର୍ତ୍ତୃପକ୍ଷ ନ ଶୁଣିବାରୁ ଲୋକେ ଆଜି କମ୍ପାନି କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ଏହାକୁ କେନ୍ଦ୍ରକରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଆନନ୍ଦପୁର ଏସ୍ଡିପିଓ ପ୍ରଶାନ୍ତ କୁମାର ବେହେରା, ଘସିପୁରା ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି। ଅପରାହ୍ଣରେ କମ୍ପାନି ଫାଟକରୁ ତାଲା ଖେଲାଯାଇଛି। ଆସନ୍ତାକାଲି ଏକ ବୈଠକ ବସି ଏହାର ସମାଧାନ କରାଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/21-3.jpg)