ଚୋରକୁ ନିସ୍ତୁକ ମାଡ଼ ପରେ ପୁଲିସ ଜିମା ଦେଲେ ଗ୍ରାମବାସୀ

ମୁରିବାହାଲ : ଚୋରି କରୁଥିବା ଅଭିଯୋଗରେ ମୁରିବାହାଲ ଥାନା ପତ୍ରାପାଲି (କ) ପଞ୍ଚାୟତ ଲାରିପାଲି ଗାଁର ବିମଳେଶ୍ବର ଭୋଇ (୨୪)କୁ ଦେବଙ୍ଗ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିବା ପରେ ପୁଲିସ ଜିମାରେ ଦେଇଛନ୍ତି। ତା ସହିତ ଥିବା ଅନ୍ୟ ଦୁଇଜଣ ଫେରାର ହୋଇଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦେବଙ୍ଗ ଗ୍ରାମ ରଣା ପଡ଼ାର ଜଣଙ୍କ ଘରୁ ହରଡ଼, ଚଣା ଓ ଧାନ ଆଦି ଚୋରି କରି ସାଇକଲରେ ଲଦିଥିବା ସମୟରେ ରାତି ୨ଟାରେ ଗ୍ରାମବାସୀ ଅଭିଯୁକ୍ତ ବିମଳେଶ୍ୱରକୁ ଧରିଥିଲେ। ତାକୁ ସେମାନେ ଏକ ଖୁଣ୍ଟରେ ବାନ୍ଧିଦେବା ସହ ନିସ୍ତୁକ ମାଡ଼ ମାରି ମୁରିବାହାଲ ଥାନା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ତାକୁ ଗିରଫ କରିଥିଲା। ସେ ପୂର୍ବରୁ ମଧ୍ୟ ପାଣିପମ୍ପ ସହ ବିଭିନ୍ନ ସାମଗ୍ରୀ ଚୋରି କରିଥିବା ସ୍ୱୀକାର କରିଥିଲା। ସୋମବାର ପୁଲିସ ତାକୁ କୋର୍ଟ ଚାଲାଣକରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଆଇଆଇସି ତାରା ଯସ୍ମୀନ ଗୁରିଆ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର