ଜଙ୍ଗଲ ଜମି ପଟ୍ଟା ଦାବିରେ ଆମରଣ ଅନଶନ

ବୀରମହାରାଜପୁର/ଉଲୁଣ୍ଡା: ଜଙ୍ଗଲ ଜମିର ପଟ୍ଟା ପ୍ରଦାନ ଦାବି କରି ବୁଧବାର ଉଲୁଣ୍ଡା ତହସିଲ ଅନ୍ତର୍ଗତ ହରିଣାପାଲି ଗଗାଁର ୧୪ ଅଦିବାସୀ ପରିବାରର ସଦସ୍ୟମାନେ ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି। ଉପଜିଲ୍ଲାପାଳ ଗୋପୀନାଥ ସାରାକା ଓ ଅନ୍ୟ ଅଧିକାରୀମାନେ ସମସ୍ୟାର ସମାଧାନ ପାଇଁ ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ ହେଁ ରାତି ୮ଟା ସୁଦ୍ଧା ସମାଧାନ ହୋଇପାରି ନଥିଲା। ଅନଶନକାରୀମାନେ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ତୁରନ୍ତ ସେମାନେ ବସତି କରି ରହୁଥିବା ଜମିର ପଟ୍ଟା ସେମାନଙ୍କୁ ପ୍ରଦାନ କରାଯିବାକୁ ଦାବି କରିଥିଲେ।

ସେମାନେ ଏ ସମ୍ପର୍କରେ ବାରମ୍ବାର ସ୍ଥାନୀୟ ତଥା ଜିଲ୍ଲା ପ୍ରଶାସନଠରେ ଦାବି କରି ଆସୁଥିଲେ ହେଁ କେହି ଶୁଣୁ ନଥିବାର ଅଭିଯୋଗ କରିଥିଲେ। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କ ସମେତ ନନ୍ଦନ ବାରିକ, ରାଧାଚରଣ ବାରିକ, ରଜନୀ ବାରିକ, ପଞ୍ଚାନନ ବାରିକ, ଶୁକଦେବ ଜଗତ, ଦିଗ ପଧାନ, ବସୁଦେବ ଜଗତ, ଲବ ପଧାନ, ମେଘୁ ବାରିକ, ପଞ୍ଚୁ ପଧାନ, ଈଶ୍ୱର ଧରୁଆ, ଲିଙ୍ଗରାଜ ଜଗତ, ଦିଲୀପ ପଧାନ, ଶମ୍ଭୁ ପଧାନ ପ୍ରମୁଖ ଏହ ଅନଶନରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର