ନାଲକୋ ରେଡମଡ ପଣ୍ଡ ନିର୍ମାଣକୁ ତୀବ୍ର ବିରୋଧ: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ 

କୋରାପୁଟ: କୋରାପୁଟ ଜିଲ୍ଲାରେ ରହିଥିବା ନାଲକୋ ବିରୋଧରେ ପୁଣି କୁହୁଳିବାରେ ଲାଗିଛି ଜନ ଅସନ୍ତୋଷ। ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ଅଧିନସ୍ଥ ଡେଙ୍ଗାଜାନୀଗୁଡ଼ା ଗ୍ରାମ ନାଲକୋ ପକ୍ଷରୁ ନିର୍ମାଣାଧୀନ ରେଡ୍ ମଡ ପଣ୍ଡକୁ ନେଇ ତେଜୁଛି ବିବାଦ। ଡେଙ୍ଗାଜାନୀଗୁଡ଼ା ଗ୍ରାମବାସୀଙ୍କ ତରଫରୁ ତୀବ୍ର ବିରୋଧ କରାଯିବା ସହ ସେମାନେ ଆଜି କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି, ଅଭିଯୋଗ ସମ୍ପର୍କରେ ଅବଗତ କରାଇଛନ୍ତି।

ଏହି ରେଡ୍ ମଡ ପଣ୍ଡ୍ ଖନନ କରିବା ପାଇଁ ଡେଙ୍ଗାଯାନୀଗୁଡା ନିକଟରେ ସ୍ଥାନ ଚୟନ କରାଯାଇଥିବା ବେଳେ ନାଲକୋର ବର୍ତମାନ କାର୍ଯ୍ୟକ୍ଷମ ହୋଇଥିବା ରେଡ଼ ମଡ଼ ପଣ୍ଡରୁ ରାସାୟନିକ ପଦାର୍ଥ ଗାଁ ନିକଟର ଜଳକୁ ଦୂଷିତ କରୁଛି। ଏହାସହ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥିବା ଯୋଗୁଁ ଦ୍ଵିତୀୟ ରେଡ଼ ମଡ଼ ପଣ୍ଡ ନିର୍ମାଣକୁ ଗ୍ରାମବାସୀ ବିରୋଧ କରୁଥିବା ଜଣାଇଛନ୍ତି । କିଛି ଦିନ ପୂର୍ବେ ନାଲକୋ ତରଫରୁ ଏହି ଖନନ କାର୍ଯ୍ୟ କରୁଥିବା କମ୍ପାନୀ ଡେଙ୍ଗାଜାନୀଗୁଡ଼ା ଗ୍ରାମ ଠାରୁ ମାତ୍ର ୨୦୦ ମିଟର ଦୂର ରେ ପୋଖରୀ ଖନ୍ନନ ପାଇଁ ସର୍ଭେ ଆରମ୍ଭ କରିଥିଲା। ସେଥିର ସୂଚନା ପାଇ ଗ୍ରାମ ବାସୀ ସର୍ଭେ କରୁଥିବା କମ୍ପାନୀ କର୍ମଚାରୀଙ୍କୁ ଏଠାରେ ରେଡ୍ ମଡ ପଣ୍ଡ୍ କାର୍ଯ୍ୟ ନିର୍ମାଣ ନ କରି ବା ନେଇ ବିରୋଧ କରିଥିଲେ। ଏହି ରେଡ଼ମଡ଼ ପଣ୍ଡ ନିର୍ମାଣ କରିବା ପୂର୍ବରୁ ଏହି ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ଗାଁର ଯୁବପିଢି କୁ ଚାକିରୀ ଦେବା ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ନାଲକୋ ନିକଟରେ ସର୍ତ ରଖିଥିବା ବେଳେ ନାଲକୋର କୌଣସି ବରିଷ୍ଠ ଅଧିକାରୀ ଏ ପର୍ଯ୍ୟନ୍ତ ଲୋକଙ୍କ ସହ ଆଲୋଚନା କରି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର