ବିଦ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତିକୁ ଗ୍ରାମବାସୀଙ୍କ ବିରୋଧ

ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ରାଉତି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପାଟଣା ଗ୍ରାମରେ ଥିବା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅଭାବରୁ ନିକଟସ୍ଥ ବିଦ୍ୟାଳୟରେ ସାମିଲ କରିବା ପାଇଁ ସରକାରୀ ନିଷ୍ପତ୍ତି ହୋଇଛି।

ଏହି ବିଦ୍ୟାଳୟରେ ପିଲାଙ୍କସଂଖ୍ୟା ୪୦ରୁ କମ ଥିବାହେତୁ ଏହାକୁ ବନ୍ଦ କରି ସ୍ଥାନୀୟ,ଚାରୀକୋଣିଆ ବିଦ୍ୟାଳୟରେ ପିଲାମାନଙ୍କର ନାମ ଲେଖାଇବା ପାଇଁ ନିର୍ଦ୍ଦେଶ ଆସିଛି। ଏହି ବିଦ୍ୟାଳୟ ଠାରୁ ଚାରି କୋଣିଆ ବିଦ୍ୟାଳୟର ଦୂରତ୍ୱ ଏକ କିଲୋମିଟରରୁ କମ ରହିଥିବା ଦର୍ଶା ଯାଇଛି।

ତେବେ ଏହି ନିଷ୍ପତ୍ତିକୁ ଜଗନ୍ନାଥପାଟଣା ଗ୍ରାମବାସୀ ବିରୋଧ କରିଛନ୍ତି। ବିଦ୍ୟାଳୟଟିକୁ ସ୍ଥାନାନ୍ତର ନ କରିବା ପାଇଁ ଲୋକମାନେ ଦାବି କରିଛନ୍ତି। ଏଠାରେ ପଢୁଥିବା ପିଲାମାନେ ଚାରି କୋଣିଆକୁ ଯାଇପାରିବେ ନାହିଁ ଓ ଏଥିରୁ ଚାରି କୋଣିଆ ବିଦ୍ୟାଳୟରେ ଦୂରତ୍ୱ ଏକ କିଲୋମିଟରରୁ ଅଧିକ ବୋଲି କହି ଯୁକ୍ତି ଦର୍ଶାଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରି ବିଦ୍ୟାଳୟର ସ୍ଥାନାନ୍ତରିତ ନିଷ୍ପତ୍ତିର ପୁନଃ ବିଚାରପାଇଁ ଅନୁରୋଧ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପତ୍ରକୁ ବିଇଓଙ୍କ ଅନୁପସ୍ଥିତିରେ ଏବିଇଓ ସିମାଞ୍ଚଳ ଯାନୀ ଗ୍ରହଣ କରିବା ପରେ ଏହାକୁ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ଏସ. ଧନଞ୍ଜୟଙ୍କ ନିକଟକୁ ପଠାଇ ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର