ପାଣି ନେଉ ନାହାନ୍ତି ୭ ଖଣ୍ଡ ଗାଁର ଲୋକେ, ସରକାର ଆଦାୟ କରୁଛନ୍ତି ଜଳକର 

କୋରାପୁଟ:  ଜମିକୁ ପା‌ଣି ମାଡୁନି, କିନ୍ତୁ ଜଳକର ଆଦାୟ କରୁଛି  ପ୍ରଶାସନ । ଜୁଲମ କରି ଜଳ କର ନେଉଥିବା ବେଳେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଡେଙ୍ଗପଦର ପଞ୍ଚାୟତବାସୀ । ଗାଁର ଦୀନବନ୍ଧୁ ରନ୍ଧାରୀ, କୃଷ୍ଣଚନ୍ଦ୍ର ମାଝି, ଡୁମର ପୂଜାରୀ, ତୁଳାରାମ ନାୟକ, କର୍ମ ହରିଜନ, ଧନପତି ମାଝି, ରାମଚନ୍ଦ୍ର ପୂଜାରୀ, ମକରଧ୍ବଜ ପୂଜାରୀ ପ୍ରମୁଖ ଆଜି ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତରଙ୍କୁ ଭେଟି ଦାବିପବତ୍ର ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଏହି ପଞ୍ଚାୟତକୁ କୋଲାବ ପ୍ରକଳ୍ପରେ ବଜଳ ମିଳିବାକୁ ଯୋଜନା କରାଯାଇଥିଲା। ଏଥଇପାଇଁ କେନାଲ ଖୋଳାଯାଇଥିଲେ ମଧ୍ୟ ଉପରମୁଣ୍ଡକୁ ମାଡୁନି ଜଳ। କିନ୍ତୁ ୩୦ ବର୍ଷ ହେବ ଜଳକର ଦେଇଆସୁଛନ୍ତି ଡେଙ୍ଗପଦର ପଞ୍ଚାୟତର ୭ ଖଣ୍ଡଗାଁର ଅଧିବାସୀ। ବିଗତଦିନରେ ଯେମିତି ସେମିତି ଚଳିଯାଉଥିବାବେଳେ କ‌ରୋନାକାଳ‌ରେ ସ୍ଥାନୀୟ ପ୍ରଶାସନ ଜଳକର ଦେବାକୁ ଜୁଲମ କରୁଥିବା ଅଭିଯୋଗ ହୋଇଛି। ଜଳକର ପରିଶୋଧ ନ ହେଲେ ବିଭିନ୍ନ ପ୍ରମାଣପତ୍ର ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର