କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ବଡତ୍ରିବିଡା ପଂଚାୟତ ଅଧୀନରେ ଥିବା ଛେଳିଆ ପ୍ରାଥମିକ ବିଦ୍ୟାଳୟକୁ ସମ୍ପୁର୍ଣ୍ଣ ବନ୍ଦକରି ନିକଟରେ ଥିବା ଜରଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ନକରିବାକୁ ଆଜି ଛେଳିଆ ଗ୍ରାମବାସୀ ମାନେ କଣିହାଁ ବିଡ଼ିଓଙ୍କ ନିକଟରେ ଦାବିପତ୍ର ଦେଇ ଥିବା ଜଣାପଡିଛି। ଗ୍ରାମବାସୀଙ୍କ ଅଭିଯୋଗ ଛେଳିଆ ଗାଁ ସ୍କୁଲ ସଂମୁଖରେ ଆରଡ଼ି ବିଭଗ ରାସ୍ତାଟି କଣିହାଁରୁ ଅନୁଗୁଳଜିଲ୍ଲା ସଦର ମହକୁମାକୁ ସଂଯୋଗ କରୁଥିବାରୁ ରାସ୍ତାରେ ଯାନବାହନ ଚଳାଚଳ କରୁଥିବାରୁ ଗାଁର ଛୋଟ ଛୋଟ ପିଲା ମାନେ ପ୍ରତିଦିନ ଜରଡାରେ ସ୍କୁଲକୁ ଯିବା ଆସିବା କଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ, ତେଣୁ ସେହି ଦୃଷ୍ଟିରୁ ଗାଁ ରେ ଥିବା ସ୍କୁଲକୁ ବନ୍ଦ ନକରିବା ପାଇଁ ଛେଳିଆ ଗ୍ରାମର ଅନୁକୂଳ ସାହୁ, ପ୍ରଫୁଲ୍ଲ ବେହେରା, ନରୋତ୍ତମ ସାହୁ, ରଞ୍ଜିତ ସାହୁ ସମେତ ଗ୍ରାମରପୁରୁଷ ଓ ମହିଳାମାନେ କଣିହାଁ ବିଡ଼ିଓଙ୍କ ନିକଟରେ ଦାବିପତ୍ର ଦେଇଥିବା ଜଣାପଡିଛି।
ଛେଳିଆ ଗାଁ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନକରିବାକୁ ବିଡ଼ିଓଙ୍କ ନିକଟରେ ଦାବିପତ୍ର
/sambad/media/post_attachments/wp-content/uploads/2020/11/5eee7496-f35e-4cd3-a586-320860201144.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)