ଜୟପୁର: ରଣ୍ଡାପାଲ୍ଲୀ ପଂଚାୟତର ମୂଳାସର ନିକଟସ୍ଥ ବ୍ରିଜ୍ ମରାମତି ହୋଇ ନଥିବାରୁ ଗ୍ରାମବାସୀ ମାନେ ଭୋଟବର୍ଜନ କରିବାକୁ ଚେତାବନୀ ଦେଇ ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସମାଜସେବୀ ହରି ରାଓ, ବିମଳ ପଟ୍ଟନାୟକ, ଘାସିରାମ ହରିଜନ, ଖଗପତି ତନ୍ତି, ନାରାୟଣ ତନ୍ତି, ଶ୍ୟାମ ସୁନ୍ଦର ନାୟକ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2022/01/jpr-mulasora-2-1024x576.jpg)
ମିଳିଥିବା ସୂଚନା ମୁତାବକ, ଗତ ତିନି ବର୍ଷ ହେବ ରଣ୍ଡାପାଲ୍ଲୀ ପଂଚାୟତର ମୂଳାସର ଗ୍ରାମବାସୀ ଯିବା ଆସିବା କରୁଥିବା ମୁଖ୍ୟ କେନାଲ ଉପରର ବ୍ରିଜର ଗାର୍ଡ ୱାଲ୍ ଭାଙ୍ଗି ଯାଇଛି। ଏ ନେଇ ବାରମ୍ବାର ସମାଜସେବୀ ହରି ରାଓ ଓ ଗ୍ରାମବାସୀ ମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଉପରକୋଲାବ ଜଳସେଚନ ପ୍ରକଳ୍ପର ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ସଂପ୍ରତି ଏହି ବ୍ରିଜ ଝୁଲା ବ୍ରିଜ୍ ଭଳି ବିପଦସଂକୁଳ ସ୍ଥିତିକୁ ପଳାଇ ଆସିଛି। ଏହାରି ଉପର ଦେଇ ଗାଡ଼ି, ବାଇକ୍ ଏଭଳି ସାଇକେଲ ଆସିଲେ ବି ଏହା ଝୁଲୁଛି। ଗାର୍ଡ ୱାଲ ନଥିବାରୁ ବହୁ ସମୟରେ ଏହି ବ୍ରିଜ୍ ଦେଇ ଯାଆସ କରୁଥିବା ଲୋକଙ୍କ ସହ ଗାଇ, ଛେଳି ଆଦି ବି କେନାଲରେ ଖସି ପଡ଼ିଥିବା ନଜିର ରହିଛି। ଏହି ବ୍ରିଜ ଦେଇଲୋକେ ରଣ୍ଡାପାଲ୍ଲୀ , ଜୟପୁର ବି ଯିବା ଆସିବା କରୁଛନ୍ତି। ଜୟପୁର ବ୍ଲକର ୭ଟି ପଂଚାୟତ ସହ ବୋରିଗୁମ୍ମା ବ୍ଲକର ୩ଟି ପଂଚାୟତ ବାସିନ୍ଦାଙ୍କର ଏହା ପ୍ରମୁଖ ରାସ୍ତା। ତେବେ ପ୍ରଶାସନ ପଦକ୍ଷେପ ନେଇ ନଥିବାରୁ ମୂଳାସର ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/ee3fcbd3-6010-4262-b31b-f6c7a04ba6bc.jpg)