ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ନକ୍ସଲଙ୍କ ସହିଦସ୍ତମ୍ଭକୁ ଧ୍ବଂସ କରାଯାଇଛି।ଜିଲ୍ଲାର ବାରାସୁର ଥାନା ଅନ୍ତର୍ଗତ ଇନ୍ଦ୍ରାବତୀ ନଦୀ କୂଳରେ ରହିଥିବା କୁର୍ସିଙ୍ଗବହାର ଗ୍ରାମ ନିକଟରେ ନକ୍ସଲ ଜଣେ ସହିଦ ମହିଳା ନକ୍ସଲଙ୍କର ସହିଦସ୍ତମ୍ଭ ନିର୍ମାଣ କରିଥିଲେ।ଏହି ଅଂଚଳକୁ ସୁରକ୍ଷାକର୍ମୀ ନିଜ ଅକ୍ତିଆରକୁ ନେବା ପରେ ଗ୍ରାମବାସୀ ପୁଲିସ ସହ ମିଶି ଆଜି ଏହି ସହିଦସ୍ତମ୍ଭକୁ ଧ୍ବଂସ କରିଛନ୍ତି।ଦନ୍ତେଵାଡା ଏସପି ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି।ଦୀର୍ଘ ଦିନ ଧରି ନକ୍ସଲ ଏହି ଅଂଚଳକୁ ନିଜ କବଜାରେ ରଖିଥିଲେ।ଏବେ କିନ୍ତୁ ପୁଲିସ ଏହି ଅଂଚଳକୁ ନିଜ କବଜାକୁ ନେଇଛି।ଏହି ଅଂଚଳର ଲୋକେ ଏଥର ଚିନ୍ତାମୁକ୍ତ ହୋଇ ରାତିରେ ଶୋଇପାରିବେ ବୋଲି କୁହାଯାଇଛି।
ପୁଲିସ ସହ ମିଶି ଗ୍ରାମବାସୀ ନକ୍ସଲ ସହିଦସ୍ତମ୍ଭକୁ କଲେ ଧ୍ବଂସ
/sambad/media/post_attachments/wp-content/uploads/2021/05/Mkg-naxal-saheed-pillar-ku-destroy-kale-police-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)