ଅଂଗନବାଡି କର୍ମୀ ନିଯୁକ୍ତି ନେଇ ଅନିୟମିତତା, ଅଂଗନବାଡି କେନ୍ଦ୍ରରେ ତାଲା ଠୁଙ୍କିଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକର ଚିତାପାରି-୩ ପଞ୍ଚାୟତର ପୁରୁଣା ବାଲିମେଳା ଗ୍ରାମରେ ରହିଥିବା ଅଂଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀ ଜାଣିବା ପରେ ଅଂଗନବାଡି କେନ୍ଦ୍ରରେ ତାଲା ଠୁଙ୍କି ଦେଇଥିଲେ। ଏହି ଅଂଗନବାଡି କେନ୍ଦ୍ର ପାଇଁ ସ୍ଥାନୀୟ ଜଣେ ଶିକ୍ଷିକ ଯୁବତୀ ଆବେଦନ କରିଥିବା ବେଳେ ବାହାର ଅଂଚଳରୁ ଜଣେ ଯୁବତୀକୁ ଏଠାରେ ନିଯୁକ୍ତି ଦିଆଯାଇଥିବାରୁ ଗ୍ରାମବାସୀ ଅସୋନ୍ତଷ ପ୍ରକାଶ କରିଥିଲେ। ଗ୍ରାମରେ ଜଣେ ଶିକ୍ଷିତ ଏବଂ ଗରିବ ଝିଅ ରହିଥିବାରୁ ତାଂକୁ ହିଁ ଏହି ପଦବୀ ଦେବା ନିୟମ ରହିଥିବା ବେଳେ ଏଥିରେ ବିଭାଗୀୟ ଅଧିକାରୀମାନେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଥିଲେ।

ଯେତେଦିନ ପର୍ଯ୍ୟନ୍ତ ସ୍ଥାନୀୟ ଝିଅକୁ ନିଯୁକ୍ତି ନମିଳେ ସେତେଦିନ ପର୍ଯ୍ୟନ୍ତ ଅଂଗନବାଡି କେନ୍ଦ୍ର ବନ୍ଦ ରହିବ ବୋଲି କୁହାଯାଇଛି। ଏନେଇ କୋରକୋଣ୍ଡା ସିଡିପିଓ ନିଜର ସଫେଇରେ କହିଛନ୍ତି ଯେ ଏହି ନିଯୁକ୍ତିରେ କୌଣସି ଅନିୟମିତତା ହୋଇନାହିଁ। ଯାହା ନିୟମ ରହିଛି ସେହି ନିୟମ ଅନୁଯାୟୀ ନିଯୁକ୍ତି କରାଯାଇଛି ବୋଲି ସେହ କହିଛନ୍ତି। ତେବେ ଏହାର ଉଚିତ ତଦନ୍ତ କରାଯାଉ ବୋଲି ଦାବି କରାଯାଇଛି। ଯଦି ଏଥିରେ କୌଣସି ଅନିୟମିତତା ହୋଇଥାଏ। ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର