ବଲାଙ୍ଗୀର: କେନ୍ଦୁପତ୍ର ଫଡ଼ି ଥିବା ଜମିରେ ଆବାସ ଘର ଜବରଦସ୍ତ ନିର୍ମାଣ କରୁଥିବା ନେଇ ସଦର ବ୍ଲକ୍ ଅନ୍ତର୍ଗତ ଦୁଆନପାଲି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଗ୍ରାମବାସୀ କହିଛନ୍ତି, ଗାଁର ଜଣେ ବ୍ୟକ୍ତି ନିଜ ଜମି ଥାଇ ସୁଦ୍ଧା ସେ ଜୋରଜବରଦସ୍ତ ପତ୍ରଫଡ଼ି ଜାଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରୁଛନ୍ତି। ପ୍ଲଟ୍ ନଂ ୮୯୮ର ୨.୭୮ ଡିସମିଲ ଜାଗାକୁ ଦଖଲ କରି ଘର ତିଆରି ଚାଲିଛି। ଉକ୍ତ ଜମିରେ ପୂର୍ବରୁ କେନ୍ଦୁପତ୍ର ଫଡ଼ି ରହିଥିଲା। ପୁରୁଣା ହେବାରୁ ତାହା ଭାଙ୍ଗି ଯାଇଥିଲା।
ସେହି ପାଖରେ ଏକ ନୂତନ ପତ୍ରଫଡ଼ି ସରକାରଙ୍କ ତରଫରୁ ହୋଇଛି। ପୁରୁଣାରେ ବି ତୋଳାଳିମାନେ ପତ୍ର ରଖୁଥିଲେ। କିନ୍ତୁ ଘର କାମ ସେଠାରେ ସେ ଆରମ୍ଭ କରିବାରୁ ବିଡିଓ, ଆର୍ଆଇ ଓ ଉପଜିଲ୍ଲାପାଳଙ୍କୁ ଗ୍ରାମବାସୀ ଅବଗତ କରାଇଥିଲେ। କିନ୍ତୁ କୌଣସି ପଦକ୍ଷେପ ସେମାନେ ନନେବାରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବୁଧବାର ଅଭିଯୋଗପତ୍ର ଦେଇଛନ୍ତି। ଗାଁର ଶଶି ବିଶ୍ୱାଲ, ଦେବରାଜ ବିଶ୍ୱାଲ, ଉଦ୍ଧବ କୁଶୁଲିଆ, ହରିଶଙ୍କର ନାୟକଙ୍କ ସହ ଅନ୍ୟମାନେ ଉକ୍ତ ଘଟଣାରେ ପ୍ରଶାସନ ପଦକ୍ଷେପ ନନେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/0756d08f-6c51-491d-b0ec-91ec3314c4b3.jpg)